ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ନେହେରୁ ୟୁଥ କ୍ଳବରେ ଆଜି ମହାସମାରୋହରେ ପାଳିତ ହୋଇଛି ୮୦ତମ ସ୍ୱାଧୀନତା ଦିବସ। ଏହି ଜାତୀୟ ପର୍ବରେ କ୍ଲବର ସଭାପତି ଭବାନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ପରେ ସମବେତ ଜନତା ଏବଂ ସ୍କୁଲ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିବା ସହ ଭାରତ ମାତାଙ୍କ ଜୟଗାନ କରିଥିଲେ। ଏହି ସମାରୋହରେ କ୍ଲବର ଅନ୍ୟତମ ପ୍ରମୁଖ ସଦସ୍ୟ ଟୁକୁରାମ ସାହୁ, ତେଜରାଜ ସାହୁ, ଦୁର୍ଯ୍ୟୋଧନ ସାହୁ, ବାସୁଦେବ ସାହୁଙ୍କ ସମେତ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ସ୍କୁଲର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।






