ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ, ଏବେ ମିଳିଲା ଜିଲ୍ଲାସ୍ତରୀୟ ସମ୍ମାନ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ମଧ୍ୟରେ ମାନବିକତା, ସାହସ ଓ କର୍ତ୍ତବ୍ୟନିଷ୍ଠାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଉଦାହରଣ ସାମ୍ନାକୁ ଆସିଥିଲା । ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣର ଶିକାର ହୋଇଥିବା ଜଣେ ଫେଲୋଶିପ୍‌ ଯୁବତୀଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରିବାରେ ନିୟମଗିରି ଅଞ୍ଚଳ ପାର୍ସାଲି ପଞ୍ଚାୟତ ଭାଲେରୀ ଗାଁର ଯୁବକ ବଳରାମ ବାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଘଟଣାଟି ଘଟିଥିଲା ୧୫ ଜୁନରେ । ଏଥି ମଧ୍ୟରେ ଆଜିକୁ ଦୁଇମାସ ବିତି ଯାଇଛି । ଏହି କ୍ରମରେ ଆଜି ୮୦ତମ ସ୍ୱାଧୀନତା ଦିବସ ଅବସରରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଓ ଅରକ୍ଷୀ ଅଧିକ୍ଷକ ଶ୍ରୀ ରାଜ ପ୍ରସାଦ ବଳରାମ ବାଗଙ୍କୁ ଜିଲ୍ଲା ସ୍ତରୀୟ ସମ୍ମାନରେ ସମ୍ମାନିତ କରିଛନ୍ତି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.