ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି | ମାନ୍ୟବର ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଆଞ୍ଚଳିକ ପ୍ରତିନିଧି ମୋହନ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଏନସିଡିସି ଜିଲ୍ଲା ସଂଯୋଜକ ବିଚିତ୍ରାନନ୍ଦ ସ୍ୱାଇଁ, ଅଭିଭାବକ ପ୍ରତିନିଧି ଜଗମୋହନ ବୈଠାରୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ |ଲତିକା କଲେତ, ବର୍ଷାରାଣୀ ବୁଡ଼େକ, ଚୁମକି ଦୀପ, ଅମ୍ରିତା ରାଜପଲିଆ, ଆରୋଷ ବାଗ, ଆଦିତ୍ୟ ବାଗ, ଆୟୁଷ୍ମାନ ମେହେର, ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ | ଶତାଧିକ ଅଭିଭାବକ, ଶୁଭାକାଂକ୍ଷୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହ ପ୍ରଦାନ କରିଥିଲେ | ପରେ କମାଣ୍ଡର ଦୀପକ କଲେତ, ଡେପୁଟି କମାଣ୍ଡର ଆରୋଷ ବାଗ, ମୋହିତ ବିଭାରଙ୍କ ନେତୃତ୍ୱରେ ଗ୍ରାମରେ ଅନୁଷ୍ଠିତ ପଥ ସଞ୍ଚଳନ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା | ଏଥିରେ ରମାକାନ୍ତ ରାଜପଲିଆଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପରିତୋଷ ନାଏକ, ଦୁର୍ବାଦଳ ସାହୁ, ଶୁଭମ୍ ବାରିକ, ଯୋଗମୟ ବାଗ, ମହେଶ ଖଣ୍ଡଗିରି, ବଙ୍କିମ ସାହୁ, ଚନ୍ଦନ ମହାକୁର ଘୋଷବାଦ୍ୟ ବାଦନ କରିଥିଲେ | ଶିକ୍ଷୟିତ୍ରୀ ବୈଜୟନ୍ତୀ ମହାକୁର, ଲକ୍ଷ୍ମୀ ନାଗ, ସଙ୍ଗୀତା ବାଗ, ସାବିତ୍ରୀ ରାଜପଲିଆ, ଯଶୋବନ୍ତି ଚନ୍ଦନ, ଶ୍ଵେତାଞ୍ଜଳୀ ସାହୁ, ଭାର୍ଗବୀ ରାଜପଲିଆ, ଶିକ୍ଷକ ଦିଲ୍ଲୀପ ମିର୍ଦ୍ଧା, ପ୍ରହ୍ଲାଦ ସିନ୍ଧ୍ରୀଆ, ମୁରଲୀଧର ହାତୀଖୁଜିଆ, ସମୀର ଖର୍ସେଲ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.