ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଦେଶପ୍ରେମ, ଏକତା ଓ ଭାଇଚାରାର ଭାବନାରେ ଉତ୍ସବମୁଖର ହୋଇଉଠିଲା ଭବାନୀପାଟଣା ସହରର ପ୍ରଦେଶୀପଡା। ପ୍ରଦେଶୀପଡା ଯାଦବ ସମାଜ ପକ୍ଷରୁ ଗରିମା ଓ ଉତ୍ସାହର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। ସକାଳ ୭ଟା ୩୦ ମିନିଟ୍ରେ ପ୍ରଥମେ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା। ଏହାପରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ସମସ୍ତେ ସମ୍ମାନର ସହ ‘ଜନ ଗଣ ମନ’ ଗାନ କରିଥିଲେ। ତ୍ରିରଙ୍ଗା ତଳେ ଦେଶପ୍ରେମର ଏହି ଦୃଶ୍ୟ ସମଗ୍ର ପରିବେଶକୁ ଭାବବିହ୍ୱଳ ଓ ଉତ୍ସବମୁଖର କରିଦେଇଥିଲା। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ତଥା ପ୍ରଦେଶୀପଡା ଯାଦବ ସମାଜର ପୂର୍ବତନ ସଭାପତି ପୂର୍ଣ୍ଣଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଭବାନୀପାଟଣାର ପୂର୍ବତନ ପୌରାଧ୍ୟକ୍ଷା ତଥା ଉତ୍କଳ ଯାଦବ ମହାସଭାର ଓଡ଼ିଶା ରାଜ୍ୟ ମହିଳା ସଭାନେତ୍ରୀ ସଂଯୁକ୍ତା ବେହେରା ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ସମାଜର ସମ୍ପାଦକ ପୀତବାସ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସଭାପତି ଅନୁପ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ୱାଧୀନତା ଦିବସର ଏହି ଜାତୀୟ ପର୍ବରେ ସମାଜର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତି ବିଶେଷ ଆକର୍ଷଣର କେନ୍ଦ୍ର ହୋଇଥିଲା। ତ୍ରିରଙ୍ଗା ପତାକା ତଳେ ଶିଶୁମାନଙ୍କ ଉପସ୍ଥିତି ଆଗାମୀ ପିଢ଼ି ମଧ୍ୟରେ ଦେଶପ୍ରେମ ଓ ଜାତୀୟ ଚେତନାର ଏକ ସୁନ୍ଦର ବାର୍ତ୍ତା ଦେଇଥିଲା। ଏହି ଅବସରରେ ପ୍ରଦୀପ ରାଉତ, ତୁଳସା ହଂସ, ମାନସ ବାଗ, ଇନ୍ଦ୍ରଜିତ ନାଏକ, ଚନ୍ଦ୍ରହାସ୍ୟ ହଂସ, ଯଶୋବନ୍ତ ବେହେରା, ଅଶ୍ୱିନ ସେନାପତି, ଶିବରାମ ବାଗ, ଆଇନଜୀବୀ କୁମୁଦ ବାଗ, ନୀଳ ବେହେରା,ସଂଜୀବ ପୋଢ଼,ଲମ୍ବୁଧର ରାଉତ,ନୀଳାମ୍ବର ବେହେରା, ଲାଲୁ ସେନାପତି, ହରିଶ ହଂସ,ନୀଳାମ୍ବର ବେହେରା, ଲାଲୁ ସେନାପତି, ହରିଶ ହଂସ,ଅନନ୍ତ ରାଉତ,ଅଶୋକ ଗଉଡ଼ଙ୍କ ସମେତ ସମାଜର ବହୁ ବରିଷ୍ଠ ସଦସ୍ୟ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଓ ବିଶିଷ୍ଟ ଅତିଥି ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ସହ କହିଥିଲେ, “ସ୍ୱାଧୀନତା କେବଳ ଉତ୍ସବ ନୁହେଁ, ଏହା ଆମର ଗର୍ବ, ଦାୟିତ୍ୱ ଓ ଦେଶ ପ୍ରତି କର୍ତ୍ତବ୍ୟର ପରିଚୟ।” ଦେଶର ଏକତା, ଅଖଣ୍ଡତା ଓ ପ୍ରଗତି ପାଇଁ ସମସ୍ତେ ନିଜ ଦାୟିତ୍ୱ ସଚେତନତାର ସହ ପାଳନ କରିବା ସହ ଆଗାମୀ ପିଢ଼ିକୁ ଦେଶପ୍ରେମ, ଶିକ୍ଷା ଓ ମାନବିକତାର ମୂଲ୍ୟବୋଧ ଦେବାକୁ ଆହ୍ୱାନ ଦେଇଥିଲେ। ତ୍ରିରଙ୍ଗା ତଳେ ଏକତାର ସଂକଳ୍ପ, ଦେଶପ୍ରେମର ଭାବନା ଓ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ଭାରତ ଗଢ଼ିବାର ପ୍ରତିଶ୍ରୁତି ସହ ପ୍ରଦେଶୀପଡା ଯାଦବ ସମାଜର ୮୦ତମ ସ୍ୱାଧୀନତା ଦିବସ ପାଳନ ଏକ ଗରିମାମୟ ଓ ସ୍ମରଣୀୟ ଅଧ୍ୟାୟ ହୋଇ ରହିଲା।






