ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ହାଇସ୍କୁଲ ଗ୍ରାଉଣ୍ଡରେ ବ୍ଲକ ପ୍ରଶାସନ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡିଓ ବିପିନ ବିହାରୀ ଦୀପ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ, ଫାଇନାନ୍ସ ଅଫିସର ପ୍ରତୀକ ରଥ, ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅହଲ୍ୟା ସାହୁ, ସେକ୍ସନ ଅଫିସର ସୁଦର୍ଶନ ରାଉତ, ଏପିଓ ଚିନ୍ମୟ କୁମାର ପଣ୍ଡା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ସଭାପତି ବଦ୍ରୀ ପ୍ରସାଦ ମିଶ୍ର, ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ସୁଶାନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।
ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଦୀପ ବେହେରା, ବିପିସି ଭୋଳାନାଥ ଦାସ, ଆରଡବ୍ଲୁଏସଏସ ବିଭାଗ ର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ଡବ୍ଲୁଇଓ କର୍ମଚାରୀ ପ୍ରକାଶ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପତାକା ଉତ୍ତୋଳନ ପରେ ଅତିଥି ସାମୂହିକ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ପିଇଟି କ୍ଷିତିଶ ଚନ୍ଦ୍ର ବଗର୍ତ୍ତୀ, ସୁମନ୍ତ ପୂଝାରୀ, ନାରାୟଣ ପଧାନ, ଜୟଦେବ ପୋଢ ପ୍ରମୁଖ ପ୍ୟାରେଡ ଓ କମଣ୍ଡିଂ ପରିଚାଳନା କରିଥିଲେ। ଅତିଥିଙ୍କ ମାର୍ଗ ଦର୍ଶନ ପରେ ପ୍ରତିଯୋଗିତା ହୋଇଥିବା ଗୀତ, କ୍ୱିଜ, ଏସେ, ଡ୍ରଇଂ ପ୍ରଭୁତି ବିଷୟର ଜୁନିୟର ଓ ସିନିଅର ଚାରିଗୋଟି ବିଭାଗର ୭୫ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ଅତିଥି ବୃନ୍ଦ। ଅନୁଷ୍ଠିତ ପ୍ୟାରେଡରେ ଉତ୍ତମ ପ୍ରଦର୍ଶନ କରି ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ମାନଙ୍କୁ ଓ ନର୍ଲା ହାଇସ୍କୁଲର ଏନ ସି ସି ଦଳଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ପରିସରରେ ଅନୁଷ୍ଠିତ ରଙ୍ଗୋଲି ପ୍ରତିଯୋଗୀତାରେ ଚାରିଜଣ କୃତୀ ପ୍ରତିଯୋଗୀ ଲତା ସୋନୀ, ତୃପ୍ତି ମାଝୀ, ତପସ୍ୱିନୀ ଦେବୀ ଓ ବୈଦେହୀ ତାଣ୍ଡିଙ୍କୁ ପୁରସ୍କୃତ କରାଯାଇଥିଲା।

ଇତ୍ୟବସରରେ ସରସ୍ୱତୀ ଶିଶୁ ମନ୍ଦିର, ପେସିଫିକ ଇଂଲିଶ ମିଡିଅମ ସ୍କୁଲ, ନର୍ଲା ହାଇସ୍କୁଲ ଓ ମାଉଣ୍ଟେନ କିଡ୍ସ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଦେଶାତ୍ମ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଗଣ ପତାକା ଉତ୍ତୋଳନ ରେ ୧୫ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ। ଖୁବ ଆକର୍ଷଣୀୟ ହୋଇଥିଲା ଏହି ସାମୁହିକ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ। ସିଆରସିସି ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ।ସେହିଭଳି ନର୍ଲା ର ବିଭିନ୍ନ ସ୍ଥାନ ଓ ଅନୁଷ୍ଠାନ ଗୁଡିକରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ନର୍ଲା ରେ ହର ଘର ତ୍ରିରଙ୍ଗା ଲାଗିଥିବା ଦେଖିବାକୁ ମିଳୁଛି। ଗତ ସପ୍ତାହକ ପୂର୍ବରୁ ସାରା ନର୍ଲା ର ବିଭିନ୍ନ ସ୍ଥାନରେ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିଥିଲା। ନର୍ଲା ବ୍ଲକ ପରିସରରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ପତାକା ଉତ୍ତୋଳନ କରିଥିଲେ। ନର୍ଲା ବ୍ଲକ ବ୍ଲକ ର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ। ନର୍ଲା ଆଇଆଇସି କୈବଲ୍ୟ ସେଠ ଥାନାରେ ପତାକା ଉତ୍ତୋଳନ କରିଥିଲେ। ସେହିଭଳି ନର୍ଲା ଚାରିଛକରେ ନର୍ଲା ମଣ୍ଡଳ ବିଜେପି ସଭାପତି ଶିବ ପ୍ରସାଦ ରଣା ପତାକା ଉତ୍ତୋଳନ କରିଥିଲେ।

ନର୍ଲାରୋଡ ଜୟଦୂର୍ଗା ହାଇସ୍କୁଲ ପରିଚାଳନା କମିଟିର ସଭାପତି ହମେଶ କୁମାର ଜୈନ, ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଅହଲ୍ୟା ସାହୁ, ନର୍ଲା ଡିଗ୍ରୀ କଲେଜରେ ଭାରପ୍ରାପ୍ତ ଅଧ୍ୟକ୍ଷ ସୁଶାନ୍ତ ସାହୁ, ଯୁକ୍ତ ଦୁଇ କଲେଜରେ ପ୍ରିନ୍ସିପଲ ମିନତୀ ମେହେର ପତାକା ଉତ୍ତୋଳନ କରିଥିଲେ। ନର୍ଲା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ ବିଇଓ ଅଫିସ ର ପତାକା ଉତ୍ତୋଳନ କରିଥିବା ବେଳେ ନର୍ଲା ତହସିଲ ଅଫିସ ରେ ତହସିଲଦାର ବିଭୂପ୍ରସାଦ ସିଂ, ନର୍ଲା ଜିଲ୍ଲା କୃଷି କାର୍ଯ୍ୟାଳୟ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶିଶିର ବିଶୋଇ ପତାକା ଉତ୍ତୋଳନ କରିଥିଲେ। ସରସ୍ୱତୀ ଶିଶୁ ମନ୍ଦିର ରେ ସଭାପତି ସାରଥୀ ନାୟକ, ମାଉଣ୍ଟେନ ଇଂଲିଶ ମିଡିୟମ ସ୍କୁଲ ରେଚେୟାରମେନ ନବୀନ କୁମାର ଦାସ, ପେସିଫିକ ପବ୍ଲିକ ସ୍କୁଲରେ ଚେୟାରମ୍ୟାନ ପ୍ରଶାନ୍ତ ନାୟକ, ରୁପ୍ରାରୋଡ ୟଙ୍ଗ ବ୍ଲଡ ସ୍କୁଲରେ ସମ୍ପାଦକ ସୁମିତ କୁମାର ଅଗ୍ରୱାଲ, ନର୍ଲା ବିଦ୍ୟୁତ ବିଭାଗ ଅଫିସ ଓ ରୁପ୍ରାରୋଡ ମାରୱାଡି ଯୁବା ମଞ୍ଚ ରେ ଏସ ଡି ଓ କମଳେଶ ପଧାନ ପତାକା ଉତ୍ତୋଳନ କରିଥିଲେ। ସେହିଭଳି ବ୍ୟାଙ୍କ ଅଫ ଇଣ୍ଡିଆ ନର୍ଲା ଶାଖାରେ ଶାଖା ପରିଚାଳକ ସଞ୍ଜୀବ କୁମାର ବେହେରା, ନର୍ଲାରୋଡ ରେଳ ଷ୍ଟେସନ ରେ ଷ୍ଟେସନ ସୁପରିଟେନଡେଣ୍ଟ ରଶ୍ମୀକାନ୍ତ ବେହେରା। ସର୍ଗିଗୁଡା ଜୟଦୂର୍ଗା ସ୍ପୋର୍ଟିଂ କ୍ଲବ ରେ ପୂର୍ବତନ ସଭାପତି ବୀର କିଶୋର ମାଝୀ, ନର୍ଲା ଯାଦବ ଭବନରେ ସଭାପତି ଲିଙ୍ଗରାଜ କରୁଆଁ, ଦେବଗିରି ମଠରେ ଟ୍ରଷ୍ଟି ସୁନୀଲ ଧଙ୍ଗଡା ମାଝୀ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ। ଏସବୁ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଗୁଡିକରେ ୮୦ତମ ସ୍ୱାଧୀନତା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି।





