ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କଲେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ

ପୃଷ୍ଟକର ଶସ୍ୟ ମାଣ୍ଡିଆର ଚାହିଦା ବୃଦ୍ଧି ପାଇଁ ଅଧିକାରୀଙ୍କୁ ଦେଲେ ପରାମର୍ଶ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): କୃଷି ଓ କୃଷକ ସଶକ୍ତିକରଣ ତଥା ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତାଶୀଳ୍ପ ବିଭାଗ ଓଡିଶା ସରକାରଙ୍କ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ ଆଜି ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ପ୍ରାଣୀ ସମ୍ପଦ, ଉଦ୍ୟାନ କୃଷି, ଜଳ ବିଭାଜିକା, ମତ୍ସ୍ୟ ଓ କୃଷି ବିଭାଗର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି | ଆଜି ପୂର୍ବାହ୍ନରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ | କୃଷି ବିଭାଗର ସମୀକ୍ଷା କରି ଜିଲ୍ଲାରେ ମାଣ୍ଡିଆ ଚାଷ ପ୍ରତି ଅଧିକ ଗୁରୁତ୍ୱ ଦେବା ସହ ପୃଷ୍ଟିକର ଶସ୍ୟ ମାଣ୍ଡିଆର ଅଧିକା ଚାହିଦା ବୃଦ୍ଧି ପାଇଁ ମିଲେଟ ମିଶନକୁ ଅଧିକା କ୍ରିୟାଶୀଳ ପାଇଁ ଶ୍ରୀ ପାଢ଼ୀ ପରାମର୍ଶ ଦେଇଛନ୍ତି | ସେହିପରି ପ୍ରାଣୀ ସମ୍ପଦ ବିଭାଗର ସମୀକ୍ଷା କରି ଜିଲ୍ଲାରେ କୁକୁଡ଼ା ଚାଷ, ଛେଳି ଚାଷ, ଘୁଷୁରୀ ଚାଷ ବିଷୟରେ ପଚାରି ବୁଝିଥିବା ବେଳେ ଉଦ୍ୟାନ କୃଷି, ସୋଲାର କୋଲ୍ଲଡ଼ ରୁମ, ଏମକେୟୁୱାଇ ଯୋଜନା ସହ କୃଷି ବିଭାଗର ବିଭିନ୍ନ ଯୋଜନାଗୁଡିକ ଉପରେ ସମୀକ୍ଷା କରିଥିଲେ | ଏହି ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ, ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ଅଧିକାରୀ ଡାକ୍ତର ହାଡିବନ୍ଧୁ ଭୋଇ, ଜଳ ବିଭାଜିକା ମିଶନ ପ୍ରକଳ୍ପ ଅଧିକାରୀ ଡ଼ଃ. ଦୟାନିଧି ବାଗ, ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ ସମେତ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.