‘ରାମ ମନ୍ଦିର ନ ଯିବା ହିନ୍ଦୁ ବିରୋଧୀ ନୁହଁ’ – Odisha Sambad


ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ତାରିଖ ଯେତେ ଯେତେ ପାଖେଇ ଆସୁଛି ସେତିକି ଏହାକୁ ନେଇ ରାଜନୀତି ଯୋର ଧରୁଛି । ଏହି ସମୟରେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ କି ନାହିଁ ସେନେଇ ଆଲୋଚନା ଜୋରଦାର ହେଉଛି । କଂଗ୍ରେସର ଅଧିକାଂଶ ନେତା ରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ଏବେ ଦ୍ୱନ୍ଦ୍ୱରେ ରହିଛନ୍ତି । ଅନ୍ୟପେଟ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ ଏବଂ ଅଧୀର ରଂଜନ ମଧ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପାଇଛନ୍ତି । ବର୍ତ୍ତମାନ ସାଂସଦ ଶଶି ଥରୁର ଏହି ପ୍ରସଙ୍ଗରେ ତାଙ୍କ କଂଗ୍ରେସ ଦଳର ସୁରକ୍ଷା ପାଇଁ ଆଗକୁ ଆସିଛନ୍ତି ।

କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି ଯେ, ମନ୍ଦିର ଏକ ରାଜନୈତିକ ପ୍ଲାଟଫର୍ମ ନୁହେଁ, ମନ୍ଦିର ପ୍ରାର୍ଥନା ସ୍ଥାନ ଅଟେ । ମନ୍ଦିରକୁ ଯିବା କିମ୍ବା ନଯିବା ତାର ବ୍ୟକ୍ତିଗତ ନିଷ୍ପତ୍ତି । ସେ କହିଛନ୍ତି ଯେ ଯେଉଁମାନେ ନିମନ୍ତ୍ରଣ ପାଇଛନ୍ତି ସେମାନେ ଯିବେ କି ନାହିଁ ତାହା ସ୍ଥିର କରିବେ । ଯଦି ମନ୍ଦିର ଘଟଣାକୁ ରାଜନୀତିକରଣ କରାଯାଏ ତେବେ ମନ୍ଦିରକୁ ଯିବା ଅନୁଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିନାହିଁ । ତେଣୁ ତାଙ୍କୁ କୌଣସି ନିଷ୍ପତ୍ତି ନେବାକୁ ପଡ଼ିବ ନାହିଁ ।

ଶଶି ଥରୁର ସୂଚନା ଦେଇ କହିଛନ୍ତି ଯେ, ତିନି ରୁ ଚାରି ଜଣ ବରିଷ୍ଠ କଂଗ୍ରେସ ନେତାଙ୍କୁ ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିଛି । ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ଦଳର ବିଚାରଧାରା ସିପିଆଇଏମ ଠାରୁ ଭିନ୍ନ । ଆମେ ନା ସିପିଆଇଏମ୍ ଭଳି ନାସ୍ତିକ ନା ଆମେ ବିଜେପିର ହିନ୍ଦୁତ୍ୱ ସହିତ ସହମତ । ଥରୁର କହିଛନ୍ତି ଯେ ଆମେ ଲୋକଙ୍କ ବ୍ୟକ୍ତିଗତ ବିଶ୍ୱାସକୁ ସମ୍ମାନ କରୁ ।

ରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବେ କି ନାହିଁ ସେନେଇ କଂଗ୍ରେସ ଉପରେ ହୋଇଥିବା ଚାପକୁ ନେଇ ଶଶି ଥରୁର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ନେତୃତ୍ୱକୁ କାଠ ଗଡାରେ ରଖି କୁହାଯାଉଛି ଯେ ଯଦି ଆପଣ ଏହି କାର୍ଯ୍ୟକ୍ରମରେ ଯାଆନ୍ତି ତେବେ ଏହାର ଅର୍ଥ ଆପଣ ବିଜେପି ହାତରେ ଅଛନ୍ତି, ଯଦି ଆପଣ ନ ଯାଆନ୍ତି ଏହାର ଅର୍ଥ ଆପଣ ହିନ୍ଦୁ ବିରୋଧୀ ଅଟନ୍ତି । ଯେଉଁମାନେ ନିମନ୍ତ୍ରଣ ଗ୍ରହଣ କରିଛନ୍ତି ସେମାନେ ଉପଯୁକ୍ତ ବିକଳ୍ପ ବାଛନ୍ତୁ ।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.