ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ନରେନ୍ଦ୍ର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଶିବିରରେ ଲାଞ୍ଜିଗଡ଼ ବ୍ଲକ ବିଡିଓ ଶଶାଙ୍କ ପାତ୍ର, ଉପାଧ୍ୟକ୍ଷ ସଂଜୀବ କୁମାର ନାୟକ, ଜିପିଡିଓ ପ୍ରଦୀପ କୁମାର ସାହୁ, ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର ଏମ ଆଇ ଦିଲିପ କୁମାର ନାଏକ, ଏପିଓ ସଂଜୀବ କୁମାର ପରିଡ଼ା, ନାଏବ ସରପଞ୍ଚ ଭାନୁମତୀ ଘଡେ଼ଇଙ୍କ ସମେତ ସମସ୍ତ ଅଧିକାରୀ ଯୋଗଦେଇ ଅଭିଯୋଗ ଶୁଣିଥିଲେ।
ତେବେ ଆଜିର ଏହି ଶୁଣାଣିରେ ମୋଟ ୮୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ କାର୍ଯ୍ୟକ୍ରମକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଗଣେଶ୍ୱର ସାହୁ ପରିଚାଳନା କରିଥିଲେ। ଏଥିରେ ବିଶ୍ଵନାଥପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସାହୁ, ପୋଖରୀବନ୍ଧ ଏଡିଓ ମୀନକେତନ ଦଲେଇ, ବିଏଫଟି ସୋମନାଥ ମାଝୀ,ଯୋଗାଣ ସହାୟକ ଗୁପ୍ତେଶ୍ୱର ପ୍ରଧାନ, ପରିଚାଳନାରେ ସହଯୋଗ କରିଥିଲେ।