ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳାହାଣ୍ଡି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ସମଗ୍ର ଶିକ୍ଷା ପକ୍ଷରୁ ଚାଲିଥିବା ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମ ସଂଯୋଗୀକରଣ ତାଲିମ୍ ଉଦଯାପିତ ହୋଇଯାଇଛି। ସମଗ୍ର ଶିକ୍ଷାର ଜିଲ୍ଲା ବାଳିକା-ଶିକ୍ଷା ସଂଯୋଜିକା ଲିପିକା ଅପରାଜିତାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ତାଲିମ୍ ଶିବିରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ରମୋହନ ସାହୁ ଓ ଡିଆଇଇଟି ଅଧ୍ୟକ୍ଷ ଡ. ଦେଶବନ୍ଧୁ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ୩ଦିନ ବ୍ୟାପୀ ଚାଲିଥିବା ଏହି ତାଲିମ୍ ଶିବିରରେ ଲିଙ୍ଗଗତ ସମ୍ବେଦନଶୀଳତାକୁ ପ୍ରଭାବିତ କରୁଥିବା ସାମାଜିକ ଚଳଣି, ଅନୁଷ୍ଠାନ, ପିତୃକୈନ୍ଦ୍ରିକ ବ୍ୟବସ୍ଥା, ଭେଦଭାବ ଓ ସମାନତା, ବର୍ଣ୍ଣାଳୀ କାର୍ଯ୍ୟକ୍ରମ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ସହାୟକ ପୁସ୍ତିକାର ବ୍ୟବହାର ଉପରେ ଆଲୋଚନା ହୋଇଥିଲା।
ଏଥିରେ ୧୩ଟି ବ୍ଲକର ବ୍ଲକ ସାଧନ କର୍ମୀମାନେ ଯୋଗ ଦେଇଥିଲେ। ତାଲିମ୍ ଶିବିରକୁ ବ୍ରେକ ଥ୍ରୋର ମାଷ୍ଟର ଟ୍ରେନର ପଦ୍ମଚରଣ ଦାସ, ସୁଜାତା ମହାପାତ୍ର ଓ ସନ୍ତୋଷ ପାତ୍ର ପରିଚାଳନା କରିଥିବା ବେଳେ ଜିଲ୍ଲା ସାଧନ କର୍ମୀ ସଞ୍ଜୀବ କୁମାର ପାଢ଼ୀ, ଶୁଭେନ୍ଦୁ କୁମାର ପଣ୍ଡା ଓ ସୁପ୍ରଭା ପଟ୍ଟନାୟକ ତାଲିମ୍ ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ଯେ, ଆଗାମୀ ଅଗଷ୍ଟ ମାସରୁ ବ୍ଲକ ସ୍ତରରେ ଏହି ତାଲିମ୍ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଦିଆଯିବ।