ବିପଦ ସଂକୁଳ ଅବସ୍ଥାରେ ଟାଙ୍ଗନକଣା ପ୍ରାଥମିକ ବିଦ୍ୟାଳୟ

ବର୍ଷା ପାଇଁ ମଧ୍ୟାହ୍ନ ଭୋଜନ ବନ୍ଦ, ଶୁଖିଲା ଖାଦ୍ୟ ଖାଉଛନ୍ତି ପିଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି ସରକାରଙ୍କ ସଭିଏଁ ପଡ଼ିବେ ସଭିଏଁ ବଡ଼ିବେ ନାରା ସମ୍ପୂର୍ଣ ଫେଲ ମାରିଛି। ଲାଞ୍ଜିଗଡ଼ ବ୍ଲକର ୨୬ଗୋଟି ପଞ୍ଚାୟତରେ ଅନେକ ଗୁଡିଏ ସ୍କୁଲ ଅଛି ହେଲେ ସ୍କୁଲ କୋଠା ମରାମତି ନହେବା ଯୋଗୁଁ ବର୍ଷା ଦିନେ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଛି। ଏଭଳି ଏକ ସ୍କୁଲ ହେଉଛି ଲାଞ୍ଜିଗଡ଼ ବ୍ଲକର ଟାଙ୍ଗଣକଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ୨୦୦୭ମସିହାରେ ଏହି ସ୍କୁଲ ସ୍ଥାପନ ହୋଇ ଥିବା ବେଳେ ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୩୭ଜଣ ଛାତ୍ର ଛାତ୍ରୀ ପାଠ ପଡୁଛନ୍ତି ୫ଟି ଶ୍ରେଣୀକୁ ୨ଟି ଶ୍ରେଣୀ ଗୃହ ରହିଥିବା ବେଳେ ତାହା ବର୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ, ଅତ୍ୟନ୍ତ ନିମ୍ନନାମର କାମ ଯୋଗୁଁ ଛାତରୁ ପାଣି ଝରୁଛି। କଳାହାଣ୍ଡି ଜିଲ୍ଲାରେ ଆଜିକୁ ୪ଦିନ ହେଲା ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହି ବିଦ୍ୟାଳୟରେ ପାଠ ପଡ଼ା ହୋଇ ପାରୁନାହିଁ। ଶିକ୍ଷାକ ବି ଅଛନ୍ତି ପିଲା ବି ପାଠ ପଡିବା ପାଇଁ ଆସୁଛନ୍ତି ହେଲେ ପାଠ ପଡ଼ାରେ ବର୍ଷା ବ୍ୟାଘାତ ସୃଷ୍ଟି କରୁଛି। ଛାତ କେତେ ବେଳେ ଭୁଶୁଡି ପଡିବ ସେଥିପାଇଁ ଅଭିଭାବକ ମହଲରେ ଭୟ ଜାତ ହେଉଛି ୨୦୧୫ମସିହାରୁ ସ୍କୁଲର ସମସ୍ୟାକୁ ନେଇଁ ପ୍ରଶାସନ ନିକଟରେ ଅଭିଯୋଗ କରାଯାଉଛି ହେଲେ ଆଜି ପର୍ଯ୍ୟନ୍ତ ସ୍କୁଲ ମରାମତି ହୋଇ ପାରୁନାହିଁ ବୋଲି ସ୍କୁଲ ସଭାପତି ଶ୍ୟାମ ମାଝୀ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

ପ୍ରଧାନ ଶିକ୍ଷକ କୃଷ୍ଣ ଦୁର୍ଗା ମଧ୍ୟ୍ୟ ବାରମ୍ବାର ସ୍ଥାନୀୟ ସରପଞ୍ଚକୁ ଜଣାଇଛନ୍ତି ହେଲେ ନିନ୍ଦାବିଷ୍ଣୁ ସାଜିଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ। ଏହାକୁ ନେଇ ବ୍ଲକ ଶିକ୍ଷା ଅଧିକାରିଣୀ ନମିତା ରାଣୀଙ୍କୁ ପଚାରିବାରୁ ବ୍ଲକରେ ଥିବା ଯେଉଁ ସ୍କୁଲ ସବୁ ମରାମତି ହୋଇ ପାରିନି ତାହାର ଏକ ତାଲିକା ଲାଞ୍ଜିଗଡ଼ ବିଡ଼ିଓଙ୍କୁ ଦିଆଯାଇଛି। ଯେହେତୁ ପଞ୍ଚାୟତ ସମିତି ଦ୍ୱାରା ହିଁ ଏହି ମରାମତି କାର୍ଯ୍ୟହେବ ବୋଲି ପ୍ରକାଶ କରିଥିବା ବେଳେ ଲାଞ୍ଜିଗଡ ବିଡ଼ିଓ ଶସାଙ୍କ ପାତ୍ର ମଧ୍ୟ୍ୟ ଏହି ତାଲିକାକୁ ଉପରସ୍ତ ଅଧିକାରୀଙ୍କୁ ଦେଇ ଅର୍ଥ ମଞ୍ଜୁର ହେଲେ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.