ଜୁନାଗଡ଼: ବ୍ଲକ କଲୋନୀ ମତଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ମତଦାନ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ବ୍ଲକର ବ୍ଲକ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମତଦାନ କେନ୍ଦ୍ରରେ ଠାରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଭୋଟିଂ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଜୁନାଗଡ଼ ସମେତ ନୂଆପଡ଼ା, ଖଡ଼ିଆଳ, ଧର୍ମଗଡ଼, ନର୍ଲା, ଭବାନୀପାଟଣା ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ଭୋଟ ଦେଇଛନ୍ତି ଭୋଟର। ଚଳିତ ଥର ଜୁନାଗଡ଼ ବ୍ଲକରେ ୨୫୪ ଗୋଟି ବୁଥ୍ ଥୂବାବେଳେ ଜୁନାଗଡ଼ ନଏସିରେ ଅରୋବିନ୍ଦୋ ସରକାରୀ ପ୍ରାଥମିକ ବିଦ୍ୟାଳୟ, ହିଞ୍ଜିଲିବାହିଲି ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗନ୍ତାୟତ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜୁନାଗଡ଼ ପ୍ରାଥମିକ ବିଦ୍ୟାଳୟ,‌ଯୋଗେଶ୍ୱରପଡା ୟୁଜିଇମସ ବିଦ୍ୟାଳୟ ଓ ତାଲବନ୍ଧ ପଡା ଏପରି ୬ଟି ‘ସଂପୂର୍ଣ ରୂପେ ମହିଳା ଏବଂ ପୁରୁଷ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର, ସେହି କ୍ରମରେ ଜୁନାଗଡ଼ ବ୍ଲକ ଭୋଟିଂ ସମାପ୍ତ ହୋଇଥିଲା। ତେବେ ଏହି ବୁଥରେ ମୋଟ ୧୧୦୦ ଭୋଟର ଥୂବାବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୮୬୦ ଜଣ ମତଦାତା ନିଜର ମତାଧୂକାର ପ୍ରଦାନ କରିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଏହି କେନ୍ଦ୍ରରେ ମତଦାନ  ଚାଲିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.