ପୁରୁଷୋତ୍ତମପୁର: ବୁଥ କମିଟି ବୈଠକରେ ଯୋଗ ଦେଲେ ଉତ୍ତର ପ୍ରଦେଶ ବିଜେପିର ପୂର୍ବତନ ମନ୍ତ୍ରୀ ସ୍ବାତୀ ସିଂ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସିର ବିଜେପି ଅଫିସରେ ମଣ୍ଡଳ ଏବଂ ବୁଥ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ଵାତୀ ସିଂ ପହଞ୍ଚି ମୋ ବୁଥ ସବୁଠୁ ମଜବୁତ ଉପରେ ମହିଳା ଓ ପୁରୁଷ କର୍ମୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଦିଗଦର୍ଶନ ଦେଇଥିଲେ।

Omkar Vasthu
Omkar Vasthu

ଏନଏସି ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ୧୧ ଗୋଟି ବୁଥର ସଭାପତି ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ସଭା ପୂର୍ବରୁ ସ୍ବାତୀ ସିଂଙ୍କୁ ଦଳୀୟ ନେତା ଓ କର୍ମୀମାନେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସ୍ବାତୀ ସିଂ ଓଡ଼ିଶା ଦାୟିତ୍ବରେ ରହି ତୃଣମୂଳ ସ୍ତରରେ ବିଜେପିକୁ ମଜଭୂତ କରିବାରେ ଲାଗି ପଡିଥିବା ଜଣାପଡିଛି।

Pearl dental clinic
Near Ashish Medical Store, Bhawanipatna

ଏହି ବୈଠକରେ ନଗର ବିଜେପି ସମ୍ପାଦକ ସୂର୍ଯ୍ୟ ନାରାୟଣ ମହାରଣା ଓ ପାର୍ଟି ପରାମର୍ଶ ଦାତା ଦେବରାଜ ବେହେରାଙ୍କ ସହ ୧୧ଜଣ ବୁଥ ସଭାପତି;  ଯୋଗେନ୍ଦ୍ର ଗୌଡ଼, ରମେଶ ବେହେରା, ଡ଼ି ଶ୍ୟାମ ବାବୁ ଦୋରା, କିଶୋର ଚନ୍ଦ୍ର ମହାପାତ୍ର, ଟୁକୁନା ବେହେରା, ରାଜେନ୍ଦ୍ର ସାହୁ, ବିଚିତ୍ର ନାୟକ, ବିନାୟକ ନାୟକ, ବନ୍ୟା ବେହେରା, କୃଷ୍ଣ ଚନ୍ଦ୍ର ଗୌଡ଼ଙ୍କ ସହ ବହୁ ମହିଳା କର୍ମୀ; ଉର୍ବଶୀ ବେହେରା, ଦମୟନ୍ତୀ ବେହେରା, ପିଙ୍କି ଗୌଡ଼, ପୁଷ୍ପାଞ୍ଜଳୀ ଦଳେଇଙ୍କ ସହ ଅନେକ  କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.