ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲାର ସାମ୍ବାଦିକ ସହଦେବ ମେହେରଙ୍କ ମା ଅନୁରୀ ମେହେରଙ୍କ ୯୬ ବର୍ଷ ବୟସରେ ଆଜି ଭୋର ସକାଳ ୩ ଟା ରେ ତାଙ୍କ ନିଜ ବାସ ଭବନ ବୀରମହାରାଜପୁର ସ୍ଥିତ ହନୁମାନପାଲି ଠାରେ ବିୟୋଗ ହୋଇଛି। ସ୍ଥାନୀୟ ନୂଆପାଲି ନଦୀ ଘାଟ ଠାରେ ତାଙ୍କର ଶେଷ କୃତ କରାଯାଇ ଥିବାବେଳେ ବଡପୁଅ ରାଧାମୋହନ ମେହେର ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ଶଯ୍ୟା ପାଖରେ ସାନ ପୁଅ ସହଦେଵ ମେହେର ବଡ଼, ନାତି ଗଣେଶ ମେହେର, ଗୋପାଳ ମେହେର, ସୁବ୍ରତ ମେହେର, ସୌମ୍ୟରଞ୍ଜନ ମେହେର ତଥା ପରିବାର ବର୍ଗ ସମସ୍ତେ ଉପସ୍ଥିତ ଥିଲେ।