ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ୨୦୨୬-୨୭ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମଟି ସଂକୁଳ ପ୍ରମୁଖ ତଥା ବ୍ରଜବିହାର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ମନୋଜ ମୁଣ୍ଡ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ ହୋଇଥିଲା ଓ ବ୍ୟବସ୍ଥା ପ୍ରମୁଖ ଶ୍ରୀମତୀ ସବିତା ପାଳ ଓ ସଂକୁଳ ପ୍ରମୁଖ ଶ୍ରୀମତୀ ରାଜେଶ୍ଵରୀ ରଥ। ମୋଟ ୨୭୪ ଜଣ ଭାଇ ଭଉଣୀ ଭାଗ ନେଇଥିଲେ ବିଭାଗ ଅନୁଯାୟୀ। ବିଜ୍ଞାନ, ଗଣିତ, ସଂସ୍କୃତିଜ୍ଞାନର ପ୍ରକଳ୍ପ, ପତ୍ରଵାଚନ, କଥାକଥନ ନିବନ୍ଧ ଓ ମୂର୍ତ୍ତି କଳା ଇତ୍ୟାଦିରେ ବାଲ ବିଭାଗ ୮୬, କିଶୋର ବିଭାଗ ୫୭ ଓ ଶିଶୁ ବିଭାଗ ୧୩୧। ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଥିଲେ ମେଜର ଜୟଦେବ ସାହୁ, ସଭାପତି ଇଞ୍ଜିନିଅର ଶ୍ରୀ ମନୋଜ କୁମାର ମୁଣ୍ଡ ଓ ସମ୍ପାଦକ ଶ୍ରୀ ଅଶୋକ କୁମାର ସିଂହ। ସମାରୋପ ରେ ମୁଖ୍ୟ ଅତିଥି ଥିଲେ ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ଦେବେନ୍ଦ୍ର ବିଶି, ସଂକୁଳ ପ୍ରମୁଖ ଶ୍ରୀ ରଘୁରାଜ ପଟ୍ଟନାୟକ, ସଭାପତି ଶ୍ରୀ ମନୋଜ କୁମାର ମୁଣ୍ଡ. ଓଶ୍ରୀ ଅଶୋକ କୁମାର ସିଂ। ବିଚାରକ ଭାବରେ ଥିଲେ ପ୍ରଶାନ୍ତ ମହାନ୍ତି, ପ୍ରତିଭା ରଥ, ସ୍ମିତା ଚୌଧୁରୀ, ଶ୍ଵେତାଲିନ ପ୍ରଧାନ, ସୁଧୀର ନେଗୀ ଓ ରବୀନ୍ଦ୍ର ମିଶ୍ର। ବୃତ୍ତ କଥନ କରିଥିଲେ ରାଜେଶ୍ୱରୀ ଗୁରୁମା। ମଞ୍ଚ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ ରଶ୍ମିତା ପଣ୍ଡା। ବିଜୟୀ ଶିଶୁ ଙ୍କୁ ପୁରସ୍କୃତ କରାଗଲା ଓ ସମସ୍ତ ପ୍ରତିଭାଗୀଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ଦିଆଗଲା। ପୁରସ୍କାର ଘୋଷଣା କରିଥିଲେ ଶ୍ରୀ ମନୋଜ କୁମାର ନାୟକ ଓ ସହଯୋଗୀ ରଶ୍ମି ମିଶ୍ର ଜ୍ୟୋତି ମହାପାତ୍ର, ପ୍ରମୋଦନୀ ମହାରଣା ଓ ଅନିତା ପଣ୍ଡା। କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ସମସ୍ତଙ୍କ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ଅକ୍ଲାନ୍ତ ପରିଶ୍ରମରେ।





