ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ର ପ୍ରାକୃତିକ ବନାନୀ ମଧ୍ୟରେ ଭବ୍ୟ ସମାରୋହରେ ଓଡ଼ିଆ ସାହିତ୍ୟର ଯୁଗଜନ୍ମା କବି ତଥା ସ୍ଵଭାଵ କବି ଗଙ୍ଗାଧର ମେହେର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ସର୍ବ ପ୍ରଥମେ ସଂସ୍କୃତ ଶିକ୍ଷକ ଶ୍ରୀ ଫରେନ୍ଦ୍ର କୁମାର ସାହୁ ସାମୁହିକ ଓଁକାର ଧ୍ୱନି ସହ ଗାୟିତ୍ରୀ ମନ୍ତ୍ର ଉଚ୍ଚାରଣ କରାଇଥିଲେ। ଉକ୍ତ ଜୟନ୍ତୀ ସମାରୋହରେ ପ୍ରକୃତି କବିଙ୍କ ପ୍ରତିମୂର୍ତ୍ତି ଆଗରେ ଦୀପ ପ୍ରଜ୍ଜ୍ୱଳନ ସହ ପୁଷ୍ପ ମାଲ୍ୟାର୍ପଣ କରି ଉତ୍ସବଟିର ଶୁଭାରମ୍ଭ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ୱର ଭୁଜବଳ ଏହି ସାହିତ୍ୟ ଆସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମାତୃଭୂମିର ସେବା ଓ ମାତୃଭାଷାର ଉନ୍ନତି ତଥା ଅଗ୍ରଗତି ପାଇଁ ପ୍ରୋତ୍ସାହିତ କରିଥିଲେ ମାନନୀୟ ଅଧ୍ୟକ୍ଷ ମହୋଦୟ। ତତପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ମନୋମୁଗ୍ଧକର ସଂଗୀତ ପରିବେଷଣ ହୋଇଥିଲା।ଉକ୍ତ ସାହିତ୍ୟ ସଭାରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଓଡ଼ିଆ ବିଭାଗର ମୁଖ୍ୟ ଶ୍ରୀ ସୁବାସ ମେହେର। ଶିକ୍ଷକ ଶ୍ରୀ ରାକେଶ କୁମାର ଦାସ ସମାରୋହଟିକୁ ଉଦବୋଧିତ କରିଥିଲେ ନିଜସ୍ୱ ଅଭିଭାଷଣ ଦ୍ୱାରା। ଏହା ପରେ ଛାତ୍ର ସାଇ ସ୍ୱରୂପ ପାଟଶାଣୀ କବିଙ୍କ ରଚିତ ‘ବିଶ୍ୱ ଦେଖ ମଧୁମୟ’ କବିତାକୁ ସସ୍ୱରରେ ଗାନ କରି ବାତାବରଣଟିକୁ ଆହୁରି ବର୍ଣ୍ଣାଢ୍ୟ କରିଥିଲେ ଏବଂ ଛାତ୍ରୀ ସ୍ମୁତି ପ୍ରଜ୍ଞା ସାମଲ କବିଙ୍କ ପ୍ରତି ନିଜ ଅନ୍ତରର ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ। ଆନୁଷ୍ଠାନିକ ରୂପେ ଶିକ୍ଷିକା ସମ୍ବିତଲତା ସାହୁଙ୍କ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.