ଓଡ଼ିଆ ବାର୍ତ୍ତା/ ନିଶ୍ଚିନ୍ତକୋଇଲି (ଜଗନ୍ନାଥ ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଈଶାଣୀବ୍ରହ୍ମପୁର ପଞ୍ଚାୟତର ଈଶାଣୀଶ୍ୱର ମହାଦେବ ମନ୍ଦିରରେ ମହାବୀର ସେନା ତରଫରୁ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଆଜିର ବଦଳୁଥିବା ଜଳ ବାୟୁ ପରିବର୍ତ୍ତନ ଓ ଅଦିନିଆ ବର୍ଷା ପାଇଁ ଆଜି ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ଏକ ମାତ୍ରା କାରଣ ବୃକ୍ଷ ର ଅଭାବ। ଏହାକୁ ଦୃଷ୍ଟି ରେ ରଖି ଏହି କାର୍ଯ୍ୟକ୍ରମକୁ କରାଯାଉଛି ବୋଲି ସେନାର ବରିଷ୍ଠ ସଦସ୍ୟ ଗୋବର୍ଦ୍ଧନ ଖୁଣ୍ଟିଆ କହିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ଓ ଶିକ୍ଷାବିତ୍ ଧରଣୀଧର ସେଠୀ ଗ୍ରାମର ମହିଳା ମାନଙ୍କୁ ବିଭିନ୍ନ ଫଳ ଚାରା ବଣ୍ଟନ କରିଥିଲେ ଓ ଯତ୍ନ ନେବାପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେନାର କାଶୀନାଥ ସ୍ୱାଇଁ, ବସନ୍ତ ମଲ୍ଲିକ, ସୂର୍ଯ୍ୟକାନ୍ତ ବେହେରା, ସୁକାନ୍ତ ସାମଲ, ବିନାୟକ ଦାଶ, ସ୍ଵର୍ଣ୍ଣଲତା ଦାଶ, ପ୍ରଦ୍ୟୁମ୍ନ ଜେନା, ଶୁଭଙ୍କର ସେଠୀ, ବିଶ୍ୱଜିତ ମଲ୍ଲିକ, ରେଣୁବାଳା ଦାଶ, ଯଶୋମତି ଦାଶ, ସବିତା ଦାଶ, ଶୁଭ୍ରାଂଶୁ ବାରିକ, ତପନ କୁମାର ନାୟକ, ଚନ୍ଦନ ସେନାପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ। ଶେଷରେ କିରଣ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ।





