ଜୋର ସୋରରେ ପାଳନ ହେଲା ବିଶ୍ୱ ଆଦିବାସୀ ଦିବସ

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ଅଗଷ୍ଟ ୯ ତାରିଖ ବିଶ୍ବ ଆଦିବାସୀ ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ଠାରେ ଆଦିବାସୀ ସଂଘ ପକ୍ଷରୁ ଧୁମଧାମରେ ଏହି ଦିବସ ପାଳନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ -ବ୍ଲକ ମୁରିବାହାଲ ଆଦିବାସୀ ସଂଘ ପରିଚାଳନା ମଣ୍ଡଳୀ ଓ ଆଦିବାସୀ କନ୍ଧ ସମାଜ ଘୁଷୁରାମୁଣ୍ଡା ଓ ଗ୍ରାମ ବାସୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭା ଆରମ୍ଭ ପୂର୍ବରୁ ଧରଣୀପେନୁଙ୍କ ପୂଜାର୍ଚ୍ଚନା କରି ଏକ ବିଶାଳ ଶୋଭାଯାତ୍ରା ବାହାରି ଘୁଷୁରାମୁଣ୍ଡା ଖେଳ ପଡିଆରେ ପହଞ୍ଚିଥିଲା। ଅତିଥିମାନଙ୍କୁ ଫୁଲତୋଡା ଓ ଉପଢ଼କନ ଦେଇ ସ୍ବାଗତ କରାଯାଇଥିଲା।ବଲାଙ୍ଗୀର ଜିଲ୍ଲା ଯୁବ କନ୍ଧ ସମାଜ ସଭାପତି ସୁରେଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସଭାପତି ସତ୍ୟନାରାୟଣ ଭୋଇ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଲଳିତ ଯାନୀ, ନୃପମନି ମାଝୀ,ପୁରୁଷୋତ୍ତମ ଧରୁଆ, କ୍ଷମାନିଧି ଦଳପତି,ସବିତା ପାତ୍ର, ସସ୍ମିତା ପାତ୍ର, ଯୌତିର୍ମୟୀ ଭୋଇ, ଡମ୍ବରୁଧର କୁଅଁର, କାଳିନ୍ଦ୍ରି ମାଝୀ, ସେବତୀ ଭୋଇ,ଖୁସିରାମ ଯାନୀ, ଚିତ୍ରସେନ ଭୋଇ, ଡିଙ୍ଗର ଭୋଇ,ମନୋହର ଭୋଇ, ବାସୁଦେବ ଯାନୀ, ସଂକୀର୍ତନ ସିକା, ଲକ୍ଷ୍ମୀକାନ୍ତ ଧରୁଆ, ବୈଷ୍ଣବ ଯାନୀ, ପ୍ରଦୀପ ମାଝୀ, ଯୁବରାଜ ମାଝୀ, ଗୌରହରୀ କୁଅଁର,ସଂଗତ ଭୋଇ,ଅପିନ ଭୋଇ, ଧନେଶ୍ୱର ଭୋଇ,ନରେନ୍ଦ୍ର ଭୋଇ,ଡୋଲାମଣୀ ମାଝୀ, ଲମ୍ବୋଧର ମାଝୀ, ସାଧୁରାମ ମାଝୀ, କିରଣ ଭୋଇ ମଞ୍ଚାସିନ ଥିଲେ। ଏଥିରେ ମୁଖ୍ୟ ଅତିଥି ସତ୍ୟନାରାୟଣ ଭୋଇ ବ୍ୟକ୍ତ ରଖିଥିଲେ ଯେ ସରକାର ଆଦିବାସୀ ମାନଙ୍କ ଶକ୍ତି ଭୁଲିଯାଉଛନ୍ତି ଆଦିବାସୀ ମାନଙ୍କ ହକ ଛଡେଇ ନେବାକୁ ଦେବୁନାହିଁ ଏବଂ ଅନ୍ୟ ଅତିଥିମାନେ କହିଥିଲେ ଯେ, ଆଦିବାସୀମାନେ ପ୍ରକୃତିର ମୂଳ ନିବାସୀ। ପୃଥିବୀକୁ ସଂରକ୍ଷଣ କରିବାରେ ସେମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ସାମାଜିକ ଓ ଅର୍ଥନୈତିକ ବିକାଶ ସହ ଆଦିବାସୀଙ୍କ କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ଦରକାର। ଆଗାମୀ ଦିନରେ ଅନ୍ଧବିଶ୍ବାସରୁ ଦୂରେଇ ରହି ମୌଳିକ ଅଧିକାର ପାଇଁ ସମସ୍ତେ ଏକଜୁଟ୍ ହେବା ଉଚିତ। ସହିଦ ବିର୍ସା ମୁଣ୍ଡା ଓ ରେଣ୍ଡୋ ମାଝୀଙ୍କ ଅଧୁରା ସ୍ଵପ୍ନକୁ ଯୁବପିଢୀ ସାକାର କରିବେ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ। ପାରମ୍ପରିକ ପୋଷାକ ଓ ବେଶଭୂଷାରେ ସାମିଲ ହୋଇ ଆଦିବାସୀ ଭାଇ ଭଉଣୀମାନେ ଆଦିବାସୀ ବାଜାରେ ନାଚ ଗୀତ ପରିବେଷଣ କରି ପୂରା ଅଞ୍ଚଳକୁ ପ୍ରକମ୍ପିତ କରିଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଧନେଶ୍ୱର ମାଝୀ ସଂଯୋଜନା କରିଥିବା ବେଳେ ଚିତ୍ରସେନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଘୁଷୁରାମୁଣ୍ଡା ଗ୍ରାମ ବାସୀ ପ୍ରମୁଖ ସହଯୋଗ କରିଥିଲେ। ମୁରିବାହାଲ ପୋଲିସଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.