ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହରର ନୀଳକଣ୍ଠ ନଗରରେ ଅବସ୍ଥିତ ଅକ୍ସଫୋର୍ଡ଼ ଇଂରାଜି ମାଧ୍ୟମ ସ୍କୁଲରେ ପ୍ରଥମ ଥର କରି ଏକ ଆୟୁର୍ବେଦିକ ମେଳା ଅନୁଷ୍ଠାନର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆୟୁର୍ବେଦିକ ଡାକ୍ତର ସୁନୀଲ କୁମାର ଦଳେଇ, ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟ ନଗର ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସୁଚିତ୍ରା ମିଶ୍ର, ଏହି ବିଦ୍ୟାଳୟର ଉପାଧକ୍ଷ ପ୍ରସନ୍ନ କୁମାର ଦଳେଇ, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରସନ୍ନ କୁମାର ଦାଶ ଯୋଗ ଦେଇଥିଲେ । ଅତିଥିବୃନ୍ଦ ଆୟୁର୍ବେଦର ଉପକାରୀତା ଉପରେ ଆଲୋକପାତ କରିବା ସହ ଲିମ୍ବ, ହଳଦୀ, ପୁଦିନା, ପଶାରୁଣୀ, ଆଁଳା, ତୁଳସୀ ଆଦି ବୃକ୍ଷଗୁଡିକର ଗୁଣ ଉପରେ ବିସ୍ତୃତ ଭାବେ ବ୍ୟାଖ୍ୟା କରିଥିଲେ । ଅଧ୍ୟକ୍ଷ ଏହିଭଳି ନୁଆଁ ନୁଆଁ କାର୍ଯ୍ୟକ୍ରମ କରିଥିବାରୁ ଅଭିଭାବକମାନେ ଖୁସି ବ୍ୟକ୍ତ କରିଥିଲେ ଏହି ଆୟୁର୍ବେଦ ମେଳାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା ।





