ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ନର୍ଲା ପକ୍ଷରୁ ଗୁରୁ ପୂର୍ଣ୍ଣିମା ଅବସରରେ ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବରିଷ୍ଠ ସଦସ୍ୟ ଅଜୟ କୁମାର ନାଏକଙ୍କ ନେତୃତ୍ୱରେ ରବିବାର ଅପରାହ୍ନ ୪ ଘଣ୍ଟା ସମୟରେ ଗୁରୁ ଦକ୍ଷିଣା ଉତ୍ସବ ପାଳିତ ହୋଇଯାଇଛି। ଶ୍ରାବଣ ପୂର୍ଣ୍ଣିମା ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏହି ଗୁରୁ ଦକ୍ଷିଣା ଉତ୍ସବ ପାଳନ କରିଥାଏ। ଏହି ପରିପ୍ରେକ୍ଷୀରେ ରବିବାର ନର୍ଲା ଅଞ୍ଚଳର ସ୍ୱୟଂ ସେବକ ମାନେ ବହୁ ସଂଖ୍ୟାରେ ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ଠାରେ ସମବେତ ହୋଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଗୈରିକ ଧ୍ୱଜ ସ୍ଥାପନ କରାଯାଇଥିଲା। ଧ୍ୱଜ ସ୍ଥାପନା ପରେ ସ୍ୱୟଂ ସେବକ ମାନେ ଧ୍ୱଜ ପ୍ରଣାମ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ବରିଷ୍ଠ ସଦସ୍ୟ ଜୟଦେବ ପୋଢ଼ ଧ୍ୱଜ ଲଗେଇବା ସହ ସଂଘ ପ୍ରାର୍ଥନା କରିଥିଲେ।ଏଥିରେ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସ୍ୱୟଂ ସେବକ ଜିଲ୍ଲା ଶାରୀରିକ ପ୍ରମୁଖ ସୁରେନ୍ଦ୍ର ନାଗ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ। ଶ୍ରୀ ଗୁରୁଜୀଙ୍କ ରାଷ୍ଟ୍ର ପ୍ରତି ତ୍ୟାଗପୂତ ମନୋଭାବ ଓ କର୍ତ୍ତବ୍ୟ ନିଷ୍ଠତା ଉପରେ ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ନାଗ ଗୁରୁ ପୂଜନ ପରମ୍ପରା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଭିମୁଖ୍ୟ ସମ୍ପର୍କରେ ମାର୍ଗ ଦର୍ଶନ ଦେଇଥିଲେ। ନର୍ଲା ଖଣ୍ଡ କାର୍ଯ୍ୟବାହ ସମୀର ନାଏକ ଓ ବେଦ ପ୍ରକାଶ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ରହି ମାର୍ଗ ଦର୍ଶନ ଦେଇଥିଲେ।ଏହାପରେ ଉପସ୍ଥିତ ସ୍ୱୟଂ ସେବକ ମାନେ ସାଧ୍ୟ ମତେ ଶକ୍ତି ଅନୁଯାୟୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଗୁରୁ ଗୈରୀକ ଧ୍ୱଜ ନିକଟରେ ଦକ୍ଷିଣା ଅର୍ପଣ କରିଥିଲେ। ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ପରେ ସଂଘର ସାମୁହିକ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ସ୍ୱୟଂ ସେବକ ମାନଙ୍କ ମଧ୍ୟରେ ନୀଳକଣ୍ଠ ବେହେରା, ପ୍ରଦୀପ କୁମାର ନାଏକ, ପ୍ରଫୁଲ୍ଲ କୁମାର ନାଗ, ବାବୁଲା ରାଉତ, ପ୍ରଧାନ ଆଚାର୍ଯ୍ୟ କୌସ୍ତୁବ ବାଗ, ସର୍ବେଶ୍ୱର ଭୋଇ, ଜୟଶଙ୍କର ରାଉତ, ବିଷ୍ଣୁ ଚରଣ ବଡ ପଣ୍ଡା, ନୀଳକଣ୍ଠ ବେହେରା, ସୁମନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





