ରୁପ୍ରାରୋଡରେ ସିଲେଇ ପ୍ରଶିକ୍ଷଣ ସମାପ୍ତ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏକଲ ଗ୍ରାମ୍ଉଥାନ୍ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ମହିଳା ସଶକ୍ତିକରଣ ଏବଂ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ରୁପ୍ରାରୋଡ ଠାରେ ଅପ୍ରେଲରୁ ଜୁନ୍ ମାସ ମଧ୍ୟରେ ସିଲେଇ ପ୍ରଶିକ୍ଷଣ ସମାପ୍ତ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ରୁପ୍ରାରୋଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜମେଶ୍ବର ମାଝୀ, ବରଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୁଧିଷ୍ଠିର ମାଝୀ ମଞ୍ଚାସୀନ ଥିବାବେଳେ କେନ୍ଦ୍ର ପ୍ରମୁଖ ଭୀମ ଗଉଡ଼, ସିଲେଇ ଶିକ୍ଷୟତ୍ରୀ ନିରୁପମା ପଧାନଙ୍କ ସମେତ ୩୦ ଜଣ ପ୍ରଶିକ୍ଷାର୍ଥୀ ଉପସ୍ଥିତ ଥିଲେ। ପ୍ରଶିକ୍ଷାର୍ଥୀମାନେ ଏହି ଦକ୍ଷତା ହାସଲ କରିବା ପରେ କିପରି ତାକୁ ଜୀବନରେ କାର୍ଯ୍ୟକାରୀ କରିପାରିବେ ସେହି ବିଷୟରେ ଶ୍ରୀଯୁକ୍ତ ସାହୁ କହିବା ସହ ଯୁଧିଷ୍ଟିର ମାଝୀ ବର୍ତ୍ତମାନର ନାରୀମାନେ ଘରର ଚାରି କାନ୍ଥ ଭିତରେ ଆବଦ୍ଧ୍ ନ ହୋଇ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବା ଉଚିତ ବୋଲି ଆଶ୍ରିବଚନ ପ୍ରଦାନ କରିଥିଲେ। ଜମ୍ବେସ୍ୱର ମାଝୀ ଏହି ସିଲେଇ କାମ କୁ ଏତିକିରେ ସୀମିତ ନ ରଖି ନୂଆ ସୃଜନାତ୍ମକ ଚିନ୍ତାଧାରା ଦ୍ୱାରା କିପରୀ କିଛି ନୂଆ କରାଯାଇପାରେ ସେହି ଦିଗରେ ମଧ୍ୟ ପ୍ରୟାସ କରିବ ବୋଳି ପ୍ରଶିକ୍ଷାର୍ଥୀ ମାନଙ୍କୁ ଉପଦେଶ ମୂଳକ ବାର୍ତ୍ତା ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.