ଜିଲ୍ଲା ଅଧିବକ୍ତା ପରିଷଦ ପକ୍ଷରୁ ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ଏବଂ ନୂତନ କମିଟି ଗଠନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଜିଲ୍ଲା ଅଧିବକ୍ତା ପରିଷଦ ତରଫରୁ ପବିତ୍ର ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ହୋଇଥିଲା। ଏହି ଅବସରରେ ନୂତନ କମିଟି ମଧ୍ୟ ଗଠନ ହୋଇଥିଲା ବେଳେ ନୂତନ କମିଟିରେ ଜିଲ୍ଲା ସଭାପତି ବଳଦେବ ପଧାନ, ନନ୍ଦକିଶୋର ତ୍ରିପାଠୀ ଉପସଭାପତି, ସବିତା ପଣ୍ଡା ଓ ନବ କୁମାର ତ୍ରିପାଠୀ, ସମ୍ପାଦକ ଦଶରଥ ମିଶ୍ର, ସହ ସମ୍ପାଦକ ରାଜକିଶୋର ନନ୍ଦ, ପ୍ରୀତି ପ୍ରଜ୍ଞା ପୁରୋହିତ ଓ ଶ୍ରବଣ ପଧାନ, କୋଷାଧ୍ୟକ୍ଷ ଶ୍ରୀକାନ୍ତ ଦାସ, ନ୍ୟାୟ ପ୍ରବାହ ଶମ୍ଭୁ ବିଶି, ସହ ନ୍ୟାୟ ପ୍ରବାହ ମଧୁମିତା ପରମଗୁରୁ, ବିଶେଷ ନିମନ୍ତ୍ରିତ ସଦସ୍ୟ ପ୍ରଫୁଲ୍ଲ ସାହୁ, ତପନ ଜୁଆଡ଼ି, ହିମାଂଶୁ ଭୋଇ ଓ କାର୍ଯ୍ୟକାରିଣୀ ସଦସ୍ୟ ହେଲେ ଭଗବତୀ ପ୍ରସାଦ ମିଶ୍ର, ବିପିନ ବିହାରୀ ବିଦ୍ୟାଧର, ରାଧାକାନ୍ତ ମହାକୁର, ମନୋଜ ମେହେର, ବିବେକାନନ୍ଦ ମିଶ୍ର, ସାନନ୍ଦ ମହାପାତ୍ର, ମୋନାଜ୍ କୁମାର ପଣ୍ଡା ଚୟନ ହୋଇଥିଲେ ଓ ଅଧିବକ୍ତା ପରିଷଦର ପ୍ରାନ୍ତ ଉପସଭାପତିଙ୍କ ଅନୁରୋଧ କ୍ରମେ ନୂତନ ଦାଇତ୍ୱ ପାଇଥିବା କାର୍ଯ୍ୟକର୍ତ୍ତା ନାମ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ସଂଘ ଚାଳକ ଦିଲ୍ଲୀପ କୁମାର ତ୍ରିପାଠୀ ଘୋଷଣା କରିଥିଲେ। ଏହି ବିଶେଷ କାର୍ଯ୍ୟକ୍ରମରେ ଅଧିବକ୍ତା ପରିଷଦର ପ୍ରାନ୍ତ ଉପସଭାପତି ତଥା ବରଗଡ଼ ଅଧିବକ୍ତା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା, ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଜୟଶ୍ରୀ ମହାପାତ୍ରଙ୍କ ସହ ସଂଘର ସହଜିଲ୍ଲା ସଂଘଚାଳକ ଜୟଦ୍ରଥ ଜଗଦଲ୍ଲା, ସହଜିଲ୍ଲା କାର୍ଯ୍ୟବାହ ହୃଷୀକେଶ ଭୋଇ, ଜିଲ୍ଲା ସମ୍ପର୍କ ପ୍ରମୁଖ ରାଜେନ୍ଦ୍ର ନାୟକ, ଜିଲ୍ଲା ପ୍ରଚାର ପ୍ରମୁଖ ରଶ୍ମୀ ରଞ୍ଜନ ଦାସ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ନୂତନ କମିଟି ସହ ଅନେକ ଅଧିବକ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ଓ ସଭା ଶେଷରେ ନୂତନ ଭାବରେ ଉପସଭାପତି ହୋଇଥିବା ନନ୍ଦକିଶୋର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.