ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ସରୋଜ ପ୍ରଧାନୀ): ଗତ ବୁଧବାର ଦିନ ଜଣାଶୁଣା ସିମେଣ୍ଟ ବ୍ୟବସାୟୀ ସନ୍ତୋଷ ସାହୁଙ୍କ ଘରୁ ମଧ୍ୟରାତ୍ରିରେ ଦୁର୍ବୁତ୍ତମାନେ ଲୁଟି ନେଇଥିଲେ ସୁନା, ଗହଣା, ମୋବାଇଲ। ଏହାର ପ୍ରତିବାଦ ରେ ଗତକାଲି ଜାତୀୟ ରାଜପଥ କୁ ଚାରିଘଣ୍ଟା ଧରି ବନ୍ଦ ରହିଥିଲା। ନିଜେ ବାଲିଗୁଡା ଏସଡିପିଓ ଘଟଣା ସ୍ଥଳକୁ ଯାଇ ବୁଝା ସୁଝା କରି ରାସ୍ତା ରୋକ ହଟାଇଥିଲେ। ତେବେ ଲୁଟ ହୋଇଥିବା ବ୍ୟବସାୟୀଙ୍କୁ ସାନ୍ତ୍ୱନା ଦେବା ତଥା ଚୋରି ଜିନିଷ କିଭଳି ଉଦ୍ଧାର ହୋଇପାରିବ ସେ ନେଇ ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ସାହୁ, ସମିତି ସଭ୍ୟା ସୁଭଦ୍ରା ବେହେରଦଳାଇ, କରକୁଡୁପା ସରପଞ୍ଚ ବିଶେଷନ ମାଝୀ, ସମିତି ସଭ୍ୟ ବିନୁଗା ମାଝୀ, ପ୍ରମୁଖ ଉପସ୍ଥିତ ରହି ସାନ୍ତ୍ୱନା ଦେଇଥିଲେ।