ଗଜପତି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରଥମ ଆନ୍ତଃ କ୍ଳବ୍ ଓ ଜିଲ୍ଲା କବାଡି ଚମ୍ପିଅନସିପ-୨୦୨୬

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲା କ୍ରୀଡା ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ପକ୍ଷରୁ ଗଜପତି ଜିଲ୍ଲାସ୍ତରୀୟ ଓଡ଼ିଶା କ୍ରୀଡା ମହାକୁମ୍ଭ ମୁଖ୍ୟମନ୍ତ୍ରୀ ଟ୍ରଫି, ପ୍ରଥମ ଆନ୍ତଃ କ୍ଳବ୍ ଓ ଜିଲ୍ଲା କବାଡି ଚମ୍ପିଅନସିପ-୨୦୨୬ କାର୍ଯ୍ୟକ୍ରମ ୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ ଲୁକ୍କାୟିତ ଭାବେ ରହିଥିବା ବିଭିନ୍ନ କ୍ରୀଡା ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କ ପ୍ରତିଭାକୁ ବିକଶିତ କରାଇବାର ସୁଯୋଗ ଦେବା ହେଉଛି ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ମୁଖ୍ୟ ଆଭିମୁଖ୍ୟ ।

ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କବାଡି କ୍ରୀଡ଼ା ଚାମ୍ପିଅନସିପ କୁ ଉଦଘାଟନ କରି କହିଥିଲେ ଯେ , କ୍ରୀଡାର ପ୍ରଚାର ପ୍ରସାର କ୍ଷେତ୍ରରେ ରାଜ୍ୟ ସରକାର’ଙ୍କ ଏହା ଏକ ଅଭିନବ ଯୋଜନା , ଯାହା ତୃଣ ମୂଳ ସ୍ତରରେ କ୍ରୀଡ଼ା ପ୍ରତିଭା ମାନଙ୍କୁ ସୁଯୋଗ ପ୍ରଦାନ କରିବ l ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ ସାହୁ ପ୍ରମୁଖ ଯୋଗ ଦେଇ କ୍ରୀଡ଼ା ଶରୀରକୁ ସୁସ୍ଥ ରଖିବା ସହ୍ କ୍ରୀଡ଼ାରେ ଅଧ୍ୟବସାୟ ରହିଲେ କ୍ରୀଡ଼ା ବୃତିକୁ ଆପଣେଇଲେ, କ୍ରୀଡ଼ା କୁ ଶିକ୍ଷା ଓ ଜୀବନ ସହିତ ଜଡିତ ରଖିଲେ ଏହା ଉତ୍ତମ ନାଗରିକ ଗଢିତୋଳିବାରେ ବଳିଷ୍ଟ ଭୂମିକା ନିର୍ବାହ କରିଥାଏ ବୋଲି ପ୍ରକାଶ କରିଥିଲେ l

ପ୍ରାରମ୍ଭରେ ଜିଲ୍ଲା ଶାରୀରିକ କ୍ରୀଡା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କବାଡି ଚାମ୍ପିଅନସିପ -୨୦୨୬ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ l
୨ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ୭ ଟି ବ୍ଲକରୁ ବାଳକ ବିଭାଗରେ ୮ ଟି ଦଳ ଏବଂ ବାଳିକା ବିଭାଗରେ ୬ଟି ଦଳ ଅଂଶ ଗ୍ରହଣ କରିଥିଲେ l ଏହି କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବାଳକ ବର୍ଗରେ ରାୟଗଡ଼ ବ୍ଲକ୍ ଏବଂ ବାଳିକା ବର୍ଗରେ ଗୁମ୍ମା ବ୍ଲକ୍ ଚମ୍ପିୟାନ ହୋଇ ଜୋନାଲ ସ୍ତରୀୟ କବାଡି ପ୍ରତିଯୋଗିତାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଚାମ୍ପିଅନସିପ ଟ୍ରଫି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବାଳକ ବର୍ଗର ୮ ଟି ଦଳରେ ୧୧୨ ଜଣ ବାଳକ ଏବଂ ବାଳିକା ବର୍ଗର ୬ ଟି ଦଳରେ ୮୪ ଜଣ ବାଳିକା ଅଂଶଗ୍ରହଣ କରିଥିଲେ । ସେହିଭଳି ଖେଳ ପ୍ରତିଯୋଗିତା କାର୍ଯ୍ୟକ୍ରମ ପରିଚାଳନା ପାଇଁ ୧୦ ଜଣ ଅଫିସିଆଲ୍ ପିଇଟି ଶିକ୍ଷକ ଏବଂ ସହଯୋଗ ପାଇଁ ଟିମ୍ ଧରି ଆସିଥିବା ପିଇଟି ଶିକ୍ଷକ ମାନେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.