ଓଡ଼ିଆ ବାର୍ତ୍ତା/ କଟକ ସଦର: ବୟାଳିଶ ମୌଜା ଥାନାର ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ହେମନ୍ତ କୁମାର ସେଠୀ। ତାଙ୍କୁ ୪୨ମୌଜା ଯାଦବ ମହାସଭା ପକ୍ଷରୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ କୁମାର ବେହେରା, ଉପଦେଷ୍ଟା ବିନୋଦ ବେହେରା, ସଦସ୍ୟ ସାଗର ବେହେରା, ଅନାଦି ବେହେରା, ଆଶିଷ କୁମାର ବେହେରା, ରାଜେଶ କୁମାର ବେହେରା ଓ ରଘୁନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।





