ବାଲୁଗାଁ ମହାବିଦ୍ୟାଳୟ‌ର ଅର୍ଥନୀତି ବିଭାଗ ପକ୍ଷରୁ ଏକ ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଆଜି ବାଲୁଗାଁ ମହାବିଦ୍ୟାଳୟର ପ୍ରଜ୍ଞା ଭବନ ଠାରେ ଅର୍ଥନୀତି ବିଭାଗ ପକ୍ଷରୁ “ଗ୍ରୀନ୍ ଗ୍ରୋଥ୍ ଆଣ୍ଡ୍ ଇଣ୍ଡିଆ ପାଥ୍ ଟୁ ନେଟ୍-ଜିରୋ” ଶୀର୍ଷକ ଏକ-ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଅଛି। ଏହି ସେମିନାରରେ ମୁଖ୍ୟ ଅତିଥି ଭାବେ କଟକ ସ୍ଥିତ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ମ୍ୟାନେଜମେଣ୍ଟ ଷ୍ଟଡ଼ିଜ୍ ବିଭାଗ ପ୍ରାଧ୍ୟାପକ ଡ଼ଃ ମୃତ୍ୟୁଞ୍ଜୟ ଦାଶ, ଏନ୍ଆଇଟ ସିଲଚ଼ାରର ହ୍ୟୁମାନିଟିଜ୍ ଓ ସୋସିଆଲ ସାଇନ୍ସ‌ ବିଭାଗର ପ୍ରାଧ୍ୟାପକ ଡ଼ଃ ଦୀନମଣି ବିଶ୍ବାଳ, ବାଲୁଗାଁ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ଅକ୍ଷୟ କୁମାର ମହାପାତ୍ର ଯୋଗଦେଇ ଭାରତବର୍ଷରେ ସବୁଜ ଶକ୍ତି‌ର ଉତ୍ପାଦନ ଓ ତାହାକୁ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିବା ଏବଂ ବାୟୁ ପ୍ରଦୂଷଣକୁ କିଭଳି ଭାବେ ରୋକାଯାଇ ପାରିବ, ତାହାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚ଼ନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ସଭାପତିତ୍ବ ଏବଂ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଶ୍ରୀ ବାଳକୃଷ୍ଣ ପାଢ଼ୀ ଅତିଥି ପରିଚ଼ୟ ପ୍ରଦାନ କରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ଶ୍ରୀଚ଼ନ୍ଦନ ଓ ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ଚ଼ନ୍ଦନ ନାଏକ ସମ୍ପାନ ସମ୍ପର୍କରେ ସମ୍ୟକ୍ ବିବରଣୀ ପ୍ରଦାନ କରିିଥିଲେ।ଏହି ଅବସରରେ ଆସିଥିବା ନିମନ୍ତ୍ରିତ ଅତିଥି ମାନଙ୍କୁ ମହାବିଦ୍ୟାଳୟ ପକ୍ଷରୁ ପ୍ରୀତି ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ଦର୍ଶନ ବିଭାଗ ମୁଖ୍ୟ ଡଃ କୈଳାସ ଚନ୍ଦ୍ର ମହାରଣା ମଞ୍ଚ ସଂଯୋଜନା କରିଥିବା ସ୍ଥଳେ ଅଧ୍ୟାପିକା ଶ୍ରୀମତୀ ତପସ୍ଵିନୀ ନନ୍ଦ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ଏହାପରେ ବାଲୁଗାଁ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ଅକ୍ଷୟ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ କସରଡ଼ା ଡ଼ିଜିବିକେ ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ଶ୍ରୀ ଆଶିଷ କୁମାର ସାମଲ, ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ ବନ୍ଦନା ମିଶ୍ର, ନିଆଳି ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ରଞ୍ଜନ କୁମାର ମୁଦୁଲି, ଗୋପ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀମତୀ ତୁଳସୀ ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଦ୍ବିତୀୟ ବର୍ଷ ଛାତ୍ର ଶ୍ରୀ ଆଲୋକ ବେହେରା, ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଥମ ବର୍ଷ ଛାତ୍ର ଶ୍ରୀ ବିଶ୍ବଜିତ ବିଶ୍ବାଳ, ଖଲ୍ଲିକୋଟର ଏକକ ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗର ଛାତ୍ରୀ ଆରତୀ ରାଣି ବେହେରା ପ୍ରମୁଖ ନିଜର ପ୍ରବନ୍ଧ ଉପସ୍ଥାପନ କରିଥିଲେ। ପରିଶେଷରେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ତୃତୀୟ ବର୍ଷର ଛାତ୍ର ମୁକ୍ତିକାନ୍ତ ପଟ୍ଟନାୟକ ଧନ୍ୟବାଦ୍ ଜ୍ଞାପନ କରି ଜାତୀୟ ସମ୍ପାନକୁ ସମାପ୍ତ କରିଥିଲେ। ଏହାପରେ ଅତିଥି ମାନଙ୍କ ଦ୍ଵାରା ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.