କେଓମାଲ ଉଚ୍ଚ ବିଦ୍ୟାଳୟର କନିଷ୍ଠ କିରାଣି ସତ୍ୟନାରାୟଣ ରାଜପଲିଆଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ କେଓମାଲ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ କନିଷ୍ଠ କିରାଣୀ ସତ୍ୟନାରାୟଣ ରାଜପଲିଆଙ୍କୁ ବିଦ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସଂସ୍କୃତ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ସଭା ସଂଯୋଜନା କରିଥିଲେ । କେଓମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ କୁମାର ମାଝୀ ମୁଖ୍ୟ ଅତିଥି, ପ୍ରତାପ ରୁଦ୍ର ମିଶ୍ର, ବିଜୟ ସୁନା, ମୀନାକୁମାରୀ ନାଏକ, ସନ୍ତୋଷ ମାଝୀ, ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟୀ ସଭ୍ୟ ବିରଞ୍ଚି ଭାଟି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଅତିଥିଗଣ ଅବସରପ୍ରାପ୍ତ କନିଷ୍ଠ କିରାଣୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ରାଜପଲିଆଙ୍କ ସହିତ ଆସିଥିବା ତାଙ୍କ ସହଧର୍ମିଣୀ କୁନି, ପୁତ୍ରବଧୁ ତ୍ରିବେଣୀ ଓ ନାତି ସ୍ୱରାଜଙ୍କୁ ମଧ୍ୟ ଉପଢୌକନ ଓ ଫୁଲତୋଡ଼ା ଦେଇ ସମର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ରାଜପଲିଆ ଦୀର୍ଘ ବର୍ଷ ଧରି ନିଷ୍ଠାର ସହିତ କେଓମାଲ ଉଚ୍ଚ ବିଦ୍ୟାଳୟରେ କାର୍ଯରତ ରହିଥିଲେ । ସେ ଜଣେ ଶାନ୍ତ, କର୍ତ୍ତବ୍ୟନିଷ୍ଠ ଓ ମେଳାପୀ ସ୍ଵଭାବର ବ୍ୟକ୍ତି ଥିଲେ ବୋଲି ଅତିଥି ଓ ଛାତ୍ରଛାତ୍ରୀଗଣ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଶେଷରେ ବିଜ୍ଞାନ ଶିକ୍ଷକ ଦୟାସାଗର ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ ଭୋଇ, ସୁବିଜ୍ଞ ଗୁରାଣ୍ଡି, କୌଶିକ ଭୋଇ, ଦମୟନ୍ତୀ ଭାଟି, ଲକ୍ଷ୍ମୀପ୍ରିୟା ଗୁରାଣ୍ଡି, ପିଙ୍କି ଭୁଏ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.