ବିଷମ କଟକ ଠାରେ ବହୁଜନ ସମାଜ ପାର୍ଟିର ମିଶ୍ରଣ ପର୍ବ: ସାମିଲ ହେଲେ ବିଭିନ୍ନ ଦଳର ଶତାଧିକ କର୍ମୀ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ବିଷମ କଟକ କଲ୍ୟାଣ ମଣ୍ଡପ ଠାରେ ବହୁଜନ ସମାଜ ପାର୍ଟିର  ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ବହୁଜନ ସମାଜ ପାର୍ଟି ରାଜ୍ୟ ସଭାପତି ସୋରଜ କୁମାର ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ନବାଗତଙ୍କୁ ସ୍ୱାଗତ କରିଛନ୍ତି । ବିଷମକଟକ ସଦର ଯୁବ ସଂଘଠନର ସଂଘଠକ ଗୌରୀ ପ୍ରସାଦ ପାତ୍ର ଆଜି ବିଦ୍ଧିବଦ୍ଧ ଭାବେ ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ବହୁଜନ ସମାଜ ପାର୍ଟିରେ ଯୋଗଦେବା ସହ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ଶ୍ରୀ ପାତ୍ରଙ୍କୁ ଦଳ ତରଫରୁ ସ୍ୱାଗତ କରାଯାଇଛି । ଏଥି ସହିତ ସଦର ବ୍ଲକ, ମୁନିଗୁଡା ବ୍ଲକ, କଲ୍ୟାଣସିଂହପୁର ବ୍ଲକ ଓ କୋଲନରା ବ୍ଲକର ବହୁ ବିଜେଡି ଏବଂ କଂଗ୍ରେସ୍ ଦଳର ସକ୍ରିୟ କର୍ମୀ ମାନେ ଦଳ ଛାଡି ବି.ଏସ୍‌.ପି ରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ଜାକକା, ରାଜ୍ୟ ସମ୍ପାଦିକା ସୁନିତା ବିଡିକା, ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ଟାକ୍ରି, ଏସ୍‌.ଟି.ସେଲ୍ ର ଜିଲ୍ଲା ସଭାପତି ଶ୍ରୀପତି ଉର୍ଲାକା, ଜିଲ୍ଲା ପ୍ରଭାରୀ ରାମଦାଶ ଟାକ୍ରି, ଉପଦେଷ୍ଠା ବିଶିକେଶନ ଟାକ୍ରି, ଗଙ୍ଗାଧର ପୁଆଲା, ଜିଲ୍ଲା ସାଧାରଣ ସମ୍ପାଦକ ରବିନ୍ଦ୍ର ଗରଡିଆ, ଶିବ ପ୍ରସ୍କା, ଏସ.ସି ସେଲର ଜିଲ୍ଲା ସଭାପତି ଖିର ବାଘ ମଞ୍ଚାସିନ ହୋଇଥିଲେ । ଆଗାମ ଦିନରେ ଦଳର ଆହୁରି ସଦୃଢ ହେବାସହ ଆସନ୍ତା ଜାନୁୟାରୀ ୪ ତାରିଖରେ ବିଷମକଟକ ଠାରେ ପୁଣି ଏକ ବିଶାଳ ମିଶ୍ରଣ ପର୍ବ ସାଙ୍ଗକୁ ଦଳ ତାର ଶକ୍ତି ପଦର୍ଶନ କରିବ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.