ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟରେ ଆଜି ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳିତ ହୋଇଥିବା ବେଳେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଦନପୁର ରାମପୁର ର କଢେଲ ବାଲାଜୀ ମନ୍ଦିର ପଡ଼ିଆରେ ପାଳିତ ହୋଇ ଯାଇଛି ନର୍ଲା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ। ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଥିବା ଏହି ପ୍ରତିଷ୍ଠା ଦିବସରେ ନର୍ଲା ବିଧାୟିକା ମନୋରମା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦିବଂଗତ ନେତା ବିଜୁ ବାବୁଙ୍କ ଫଟୋରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରିଥିଲେ। ନର୍ଲା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ମୁଖ୍ୟ ଅତିଥି ବିଧାୟିକାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ତଥା ରାଜ୍ୟ ସରପଞ୍ଚ ସଙ୍ଘ ସଭାପତି ରୋମଞ୍ଚକ ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରରାମ ମାଝୀ, ସମିତି ସଦସ୍ୟ ସଙ୍ଘ ସଭାପତି ଜୟ ମେହର, ରାମପୁର ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିକାଶ ରଞ୍ଜନ ସିଂ ଦେଓ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସଦସ୍ୟା ନମ୍ରତା ସାହୁ, ରାମପୁର ସଦସ୍ୟା ମଞ୍ଜୁଲତା ଧରୁଆ, କେସିଙ୍ଗା ଜିଲ୍ଲା ପରିଷଦ ସଦସ୍ୟା ଦୀପାଞ୍ଜଳି ସାହୁ, ନର୍ଲା ଛାତ୍ର ବିଜେଡି ସଭାପତି ଘାସିରାମ ସାହୁ, ମଦନପୁର ରାମପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୀବେଶ ପଣ୍ଡା, ମାର୍କଫେଡର ସଭାପତି ଦେବରାଜ ମାଝୀ ପ୍ରମୁଖ ମଞ୍ଚାସୀନ ରହି ବିଜୁ ବାବୁଙ୍କ ଆଦର୍ଶ, ଓଡିଶା ବାସୀଙ୍କ ପ୍ରତି ବିଜେଡିର ଅବଦାନ, ବିଜେଡି କାର୍ଯ୍ୟକାଳ ସମୟରେ ଓଡିଶାର ବିକାଶ, ଲୋକକପ୍ରିୟ ନେତା ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ଯ ଦକ୍ଷତା ବିଷୟରେ ବର୍ଣ୍ଣନା କରିବା ସହ ଡବଲ ଇଞ୍ଜିନ ବିଜେପି ସରକାରର ବିଫଳତା ଉପରେ ବର୍ଷିଥିଲେ। ଇତ୍ୟବସରରେ ନର୍ଲା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଚାରିଗୋଟି ବ୍ଲକ ପାଇଁ ନବ ନିଯୁକ୍ତ ବ୍ଲକ ସଭାପତି ନୀଳମଣି ସାହୁ, ସତ୍ୟ ନାରାୟଣ ସାହୁ, ଯଶୋବନ୍ତ ସାହୁ ଓ ପ୍ରମୋଦ କୁମାର ଦାସ। ସେହିଭଳି ନବ ନିଯୁକ୍ତ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ପଧାନ, ରିତୁରାଣି ନାଗ, ପ୍ରମିଳା ସାହୁ ଓ ତୁଳସୀ ବିଶିଙ୍କୁ ମୂଖ୍ୟ ଅତିଥି ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହୋଇଥିଲା। ନର୍ଲା ବିଧାୟିକାଙ୍କ ସ୍ଵତନ୍ତ୍ର ପ୍ରତିନିଧି ଗୋବିନ୍ଦ ତାଣ୍ଡି ମଞ୍ଚ ସଂଯୋଜନା କରିଥିଲେ। ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନର୍ଲା, ମଦନପୁର ରାମପୁର, କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରୁ ୧୨,୦୦ ରୁ ଉର୍ଦ୍ଧ୍ବ ବିଜେଡ଼ି ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ନିର୍ବାଚନ ମଣ୍ଡଳୀ ସଭାପତି ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।





