ନର୍ଲା-କ କୁଲତା ସମାଜ ଆଞ୍ଚଳିକ କମିଟି ଗଠିତ: ସଭାପତି ଭାବେ ମନୋନୀତ ହେଲେ ମୋହନ ଭୋଇ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଖମ୍ବପଡ଼ା ଶିବମନ୍ଦିର ପ୍ରାଙ୍ଗଣରେ କୁଲତା ସମାଜର ନର୍ଲା (କ) ଆଞ୍ଚଳିକ କମିଟି ଗଠିତ ହୋଇଛି। କଳାହାଣ୍ଡି ଜିଲ୍ଲା କୁଲତା ସମାଜର ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ଭୋଇ, ସଂଗଠନର ସମ୍ପାଦକ ଶରତ ଚନ୍ଦ୍ର ଭୋଇ, ବଂଶ ସୁରକ୍ଷା ସମିତି ସଭାପତି ଅରୁଣ କୁମାର ନାଏକ, ଅନିରୁନ୍ଧ ବିଶ୍ବାଳ, ସୁବନ ଭୋଇ ପ୍ରମୁଖ ଏହି ବୈଠକରେ ଯୋଗଦାନ କରିଥିଲେ। ଏହି ଆଞ୍ଚଳିକ କମିଟିର ନୂତନ ସଭାପତି ଭାବେ ମୋହନ ଭୋଇ, ଉପ ସଭାପତି ଯିଶୁ ଭୋଇ, ସଂପାଦକ ଭାବେ ବଳରାମ ଭୋଇ, ସହ ସଂପାଦକ ଭାବେ ନବିନ ପଧାନ, ଜିଲ୍ଲା ସଭ୍ୟ ଶରତ ନାଏକ, ଯୁବଗୋଷ୍ଠୀ ଛନ୍ଦା ନାଏକ ପ୍ରମୁଖ ମନୋନୀତ ହୋଇଥିଲେ। ନୂତନ କର୍ମକର୍ତ୍ତାମାନଙ୍କୁ ଶରତ ଚନ୍ଦ୍ର ଭୋଇ  ଶପଥ ପାଠ କରାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.