ଘୁମୁରା-୨୦୧୯ ଅବସରରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ

କଳାହାଣ୍ଡି: କଳାହାଣ୍ଡି ଉତ୍ସବ ଘୁମୁରା-୨୦୧୯ ଅବସରରେ ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଯାଇଛି ଜିଲ୍ଲାସ୍ତରୀୟ କବି ସମ୍ମିଳନୀ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଡ. ସୁଚେତା ମିଶ୍ର, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗାଳ୍ପିକା ଯାଜ୍ଞସେନୀ ସାହା ଏବଂ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ମନୋଜ ରଥ ଯୋଗଦେଇଥିବା ବେଳେ କବି ସମ୍ମିଳନୀ ଉପକମିଟିର ଅଧ୍ୟକ୍ଷ ଡ. ତପନ ରଥ ସଭାପତିତ୍ୱ କରିଥିଲେ । ଉପକମିଟିର ସହ-ଅଧ୍ୟକ୍ଷ ସନ୍ତୋଷ ରଥ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଆବାହକ ସତ୍ୟନାରାୟଣ ମୁଣ୍ଡଛିନା ସ୍ୱାଗତ ଭାଷଣ ଓ ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ କଳାହାଣ୍ଡିର କବିମାନଙ୍କ କୃତିକୁ ନେଇ ଏକ ସ୍ୱତନ୍ତ୍ର କବିତା ସଙ୍କଳନ ‘ନିଶାନ୍’ ଉନ୍ମୋଚିତ ହୋଇଥିଲା ।

କବି ସୁଶୀଲ କୁମାର ବାଗ, ବନଶ୍ରୀ ଦାସ, ସୁଧୀର ମେହେର, ମଞ୍ଜୁମେଧା ଗୁରୁ, ହେମନ୍ତ ସାହୁ ଓ ମାନସ ପଣ୍ଡାଙ୍କ ସଂଯୋଜନାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବିମାନେ ସ୍ୱରଚିତ କବିତା ପାଠ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Udyog Nursery
Udyogi Nursery

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.