ମ.ରାମପୁର ଗ୍ରାମପଂଚାୟତରେ ପିଠା କାର୍ଯ୍ୟକ୍ରମ

କଳାହାଣ୍ଡି: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ପିଠା କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ମ.ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମ.ରାମପୁର ଗ୍ରାମ ପଂଚାୟର ସରପଂଚ ଚିତ୍ତରଂଜନ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ପ୍ରେସ କ୍ଲବ ସଂପାଦକ ହେମନ୍ତ ସାହୁଙ୍କ ମଂଚ ପରିଚାଳନାରେ ବିଦ୍ୟୁତ ବିଭାଗର କନିଷ୍ଟ ଯନ୍ତ୍ରୀ ଅସିତ କୁମାର ପ୍ରଧାନ,କାର୍ଯ୍ୟନିର୍ବାହୀ ଅଧିକାରୀ ଫଗନୁ ଗହୀର, ମ.ରାମପୁର ବ୍ଲକ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ପି.କେ,ଚାନ୍ଦ,ମ.ରାମପୁର ପ୍ରେସ କ୍ଲକ ସଭାପତି ପ୍ରଶାନ୍ତ ସାମନ୍ତରା,ସମାଜସେବୀ ଶିବ ପ୍ରସାଦ ପଟ୍ଟନାୟକ ଯୋଗଦେଇ ପିଠା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଏଲଇଡ଼ି ଯୋଜନା ଓ ସୁନେତ୍ର ଯୋଜନାର ଶୁଭାରମ୍ଭ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ହିତାଧିକାରୀମାନଙ୍କୁ ଏଲଇଡ଼ି ବଲବ ଓ ଚକ୍ଷୁ ପରୀକ୍ଷା ସହ ଚଷମା ଓ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହେଇଥିବା ପିଠା ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମ.ରାମପୁର ଗ୍ରାମ ପଂଚାୟତର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ୱାର୍ଡ଼ସଭ୍ୟ/ସଭ୍ୟାଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ୍ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.