କୋଭିଡ ୧୯ ଟିକାକରଣ କେନ୍ଦ୍ର ଭାବରେ ଉତ୍କଳ ହସପିଟାଲ ମନୋନୀତ

ରାୟଗଡ / କାଶିପୁର : ଦେଶବ୍ୟାପୀ କୋଭିଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଥିବାବେଳେ ତାହାର ଅଂଶବିଶେଷ ଭାବରେ ଟିକିରିର ଓଷାପଡାସ୍ଥିତ ଉତ୍କଳ ହସପିଟାଲକୁ ରାୟଗଡା ଜିଲା ପ୍ରଶାସନ ପକ୍ଷରୁ ଟିକିରି ଅଞ୍ଚଳ ପାଇଁ ଟିକାଦାନ କେନ୍ଦ୍ର ଭାବରେ ମନୋନୀତ କରାଯାଇଛି । ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଏକ ପ୍ରୟାସ ହେଉଛି ଉତ୍କଳ ହସପିଟାଲ । 

ଏହି ଟିକାକରଣ ଅଭିଯାନ ଆରମ୍ଭରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଗ୍ରାଧିକାର ଦିଆଯିବା ସହିତ ସେମାନଙ୍କ ପଛକୁ ଆଗଧାଡିରେ ଥିବା କୋଭିଡ ଯୋଦ୍ଧାଙ୍କର ଟିକାକରଣ କରାଯିବ । ଟିକାକରଣ ପ୍ରକ୍ରିୟା ପାଇଁ ଉତ୍କଳ ହସପିଟାଲ ପର୍ଯ୍ୟାପ୍ତ ସ୍ଥାନ, ତାଲିମପ୍ରାପ୍ତ ମାନବସମ୍ବଳ, ଏଇଏଫଆଇ କିଟ୍‍, ପର୍ଯ୍ୟବେକ୍ଷଣ ପ୍ରକୋଷ୍ଠରେ ଶଯ୍ୟା, ରେଫରାଲ ବ୍ୟବସ୍ଥା, ବ୍ଲକ ଓ ଜିଲା ସଦର ମହକୁମା ସହିତ ଯୋଗାଯୋଗ ପାଇଁ ଇଂଟରନେଟ ଉପଲବ୍ଧତା ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରିବା ସହିତ ସରକାରଙ୍କର ସର୍ତ୍ତାବଳୀ ପୂରଣ କରୁଛି ।


ଉତ୍କଳ ହସପିଟାଲ ଟିକିରି ଏବଂ ପାରିପାର୍ଶ୍ବିକ ଅଂଚଳକୁ ଏହି ସେବା ଯୋଗାଇଦେବ । କୋଭିଡ ୧୯ ଟିକାକରଣ ଅଭିଯାନ ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଯାଇଛି ଏବଂ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ଉଦ୍‍ବୋଧନ ଦେବାପରେ ଦେଶର ସମସ୍ତ ଡାକ୍ତରଖାନା ମୁଖ୍ୟମାନଙ୍କୁ ଉଦ୍‍ବୋଧନରେ ଆବଶ୍ୟକ ପରାମର୍ଶ
ଦେଇଛନ୍ତି । ଉତ୍କଳ ହସପିଟାଲରେ ଉତ୍କଳ ହସପିଟାଲର ସିଏମ୍‍ଓ ଡା.ଅରିନ୍ଦମ୍‍ ରୟଚୌଧୁରୀ, ୟୁନିଟ ହେଡ୍‍ ଶ୍ରୀ ମଜହର୍‍ ବେଗ୍‍ ଏବଂ ଏଚଆର ହେଡ୍‍ ଶ୍ରୀ ରାକେଶ ପ୍ରତାପଙ୍କ ସମେତ ସରକାରଙ୍କର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ । ଉତ୍କଳ ହସପିଟାଲର ଚିଫ ମେଡିକାଲ ଅଫିସର ଡା.ଅରିନ୍ଦମ ରୟଚୌଧୁରୀ ପ୍ରଥମ ବ୍ୟକ୍ତିଭାବରେ ଉତ୍କଳ ହସପିଟାଲରେ ଏହି ଟିକା ନେଇଥିଲେ । ଏହାପରେ ଡା. ରୟଚୌଧୁରୀ ପ୍ରକାଶ କରି କହିଥିଲେ, “ଏହି ମହାମାରୀରୁ ମାନବ ଜାତିକୁ ବଞ୍ଚାଇବାକୁ ସମସ୍ତେ ଦେଖୁଥିବା ସ୍ୱପ୍ନ ସାକାର ହୋଇଛି ଏବଂ ମୁଁ ଆଶା କରୁଛି ଯେ ଏହି ଟିକାକରଣ ଦ୍ୱାରା ସମୁଦାୟ ଅଞ୍ଚଳ ଉପକୃତ ହୋଇପାରିବ । ଏହା ଆମପାଇଁ ଗର୍ବର ବିଷୟରେ ସମୁଦାୟ ହିଣ୍ଡାଲ୍‍କୋରେ ଉତ୍କଳ ହସପିଟାଲ ଏକମାତ୍ର ହସପିଟାଲ ଭାବରେ ପ୍ରଥମେ କୋଭିଡ ସେଣ୍ଟର ଏବଂ ପରେ ପ୍ରଥମ କୋଭିଡ ଟିକାକରଣ କେନ୍ଦ୍ର କରିବାର ସୌଭାଗ୍ୟ ଲାଭ କରିଛି ।”


ୟୁଏଆଇଏଲର ୟୁନିଟ ହେଡ୍‍ ଶ୍ରୀ ବେଗ୍‍ କୋଭିଡ ସଙ୍କଟର ମୁକାବିଲା କରିବା ଦିଗରେ ନିରଳସ ଭାବେ କାର୍ଯ୍ୟ କରିଥିବା ସମସ୍ତ ଆଗଧାଡି କର୍ମଚାରୀ, ଉତ୍କଳ ହସପିଟାଲ ପରିଚାଳନା କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । ସେ କହିଥିଲେ, ଏହି ଟିକାକରଣ ଭବିଷ୍ୟତରେ ରୋଗରୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇଦେବ ଏବଂ ଏକ ମହାମାରୀ ପ୍ରତିରୋଧ ଭିତ୍ତିଭୂମି ଗଢିତୋଳିବ । ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ତାହାର ପାରିପାର୍ଶ୍ବିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟଯତ୍ନ, ସ୍ଥାୟୀ ଜୀବିକା ଉପାର୍ଜନ ସୁଯୋଗ ସୃଷ୍ଟି ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ସହିତ ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ କ୍ଷେତ୍ରରେ ନିବିଡ ଭାବରେ ନିଜକୁ ନିୟୋଜିତ କରିଛି ଏବଂ ମୋଟାମୋଟି ଭାବରେ ୟୁଏଆଇଏଲ ୫୭ଟି ଗ୍ରାମରେ ଏହିସମସ୍ତ କାର୍ଯ୍ୟରେ ନିୟୋଜିତ ରହି ଜନସାଧାରଣଙ୍କୁ ସେବା ଯୋଗାଉଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.