ରେଡ଼କ୍ରସ ପୋଲିସ କମିଶନରେଟ ଶାଖା ପକ୍ଷରୁ ବିସିଟି ସମ୍ବର୍ଦ୍ଧିତ

କଟକ: ଭାରତୀୟ ରେଡ଼କ୍ରସ ସୋସାଇଟି, ପୋଲିସ କମିଶନରେଟ ଆଞ୍ଚଳିକ ଶାଖାର ବାର୍ଷିକ ସାଧାରଣ ଅଧିବେଶନରେ ଅନୁଷ୍ଠାନର ଅଧ୍ୟକ୍ଷ ତଥା ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଓ ଉପାଧ୍ୟକ୍ଷ ତଥା ଆଡିସନାଲ କମିଶନର ରେଖା ଲୋହାନୀ ମିଳିତ ଭାବେ ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ‘ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ -ଓଡ଼ିଶା’ (ବିସିଟି)କୁ ଅନେକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ରେଡ଼କ୍ରସ ଦିବସ, ପରିବେଶ ଦିବସ ଭଳି ବହୁ ରେଡ଼କ୍ରସ ସେବା କାର୍ଯ୍ୟକ୍ରମରେ ପୋଲିସ କମିଶନରେଟ ରେଡ଼କ୍ରସ ସହିତ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସହଯୋଗର ଉଲ୍ଲେଖନୀୟ କୃତିତ୍ୱ ପାଇଁ ସମ୍ମାନୀତ କରିଛନ୍ତି। ଏହି ମର୍ଯ୍ୟାଦାପୂର୍ଣ ସମ୍ମାନକୁ ଟ୍ରଷ୍ଟ ପକ୍ଷରୁ ପୂର୍ବତନ ସଭାପତି ଇଂ.ବିମଳ ଚନ୍ଦ୍ର ଦାସ, ପିପିଲି ଶାଖା ସଂଯୋଜକ ଯୁବ ସମାଜସେବୀ ହେମନ୍ତ ଦାସ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ବର୍ଗ ଉପସ୍ଥିତ ରହି ମାନପତ୍ର ଗ୍ରହଣ କରିଥିଲେ। ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ସମାଜସେବୀ ପ୍ରିନ୍ସ ନନ୍ଦ, ଇଂ.କମଲେଶ ମିଶ୍ର,ନରେଶ ବେହେରା, ସାଂସ୍କୃତିକ ସମ୍ପାଦକ ଶିବ ପ୍ରସାଦ ଦାସ ପ୍ରମୁଖ ଏହି ସେଵା ଦିଗରେ ସହଯୋଗ କରୁଥବା ସମସ୍ତ କାର୍ଯ୍ୟକର୍ତ୍ତା, ରେଡ଼କ୍ରସ ସୋସାଇଟି ଓ କମିଶନରେଟ ପୋଲିସ ଭଳି ବିଭିନ୍ନ ଅନୁଷ୍ଠାନ ବିସିଟିକୁ ସମ୍ମାନୀତ, ଉତ୍ସାହିତ, ପ୍ରେରଣା ଯୋଗାଉଥିବାରୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି।

Udyog Nursery
Udyogi Nursery

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ତଥା ଡ଼ିସିପି ହେଡକ୍ୱାଟର ପ୍ରମୋଦ କୁମାର ପଟେଲ, ଡିସିପି ଭୁବନେଶ୍ୱର ଡ଼. ଉମାକାନ୍ତ ଦାଶ, ଡିସିପି କଟକ ପ୍ରତୀକ ସିଂହ, ଏସିପି ତଥା ଯୁଗ୍ମ ସମ୍ପାଦକ ଲଳିତେନ୍ଦୁ ମହାନ୍ତି ଉପସ୍ଥିତ ରହି ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ବିଭିନ୍ନ ରକ୍ତଦାତା ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.