କୋଭିଡ ଟୀକାକରଣର ଶୁଭାରମ୍ଭ କଲେ ଜିଲ୍ଳାପାଳ

ମହିଳା ସଫେଇ କର୍ମଚାରୀଙ୍କୁ ଦିଆଗଲା ପ୍ରଥମ ସଂଜୀବନୀ ଟୀକା

କୋଭିଡ ଟୀକା ପାଇ ସରକାରଙ୍କୁ ଧନ୍ୟବାଦ ଦେଲେ ହିତାଧିକାରୀ

ରାୟଗଡ: ମହାମାରୀ କରୋନାର ଅନ୍ତ କରିବା ପାଇଁ ଦେଶରେ ରବିବାର ଠାରୁ ଆରମ୍ଭ ହୋଇଯାଇଛି କୋଭିଡ ଟୀକାକରଣ । ସରକାରଙ୍କ ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ମଧ୍ୟ ସମସ୍ତ ନିୟମକୁ ମାନି ଜିଲ୍ଳାରେ ୭ଟି କେନ୍ଦ୍ରରେ ୭୦୦ଜଣଙ୍କ ପାଇଁ ଟୀକାକରଣର ବ୍ୟବସ୍ଥା କରାଯାଇଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭରଚୁଆଲ ମାଧ୍ୟମରେ କୋଭିଡ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିବା ପରେ ରାୟଗଡ ଜିଲ୍ଳା ସଦର ମହକୁମାସ୍ଥିତ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟରେ ପ୍ରଥମତଃ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଡାକ୍ତର, ନର୍ସ,ଆଶା ଓ ଆଇସିଡିଏସ ବିଭାଗର ସମସ୍ତ କର୍ମଚାରୀଙ୍କୁ ଦିଆଯିବ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ସୂଚନା ଦେଇଥିଲେ ।

Omkar Vasthu
Omkar Vasthu


ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀ ସତ୍ୟମୁଖୀଙ୍କୁ ପ୍ରଥମ କରୋନା ଟୀକାକରଣ କରାଯାଇଥିଲା । ତେବେ ନିୟମାନୁସାରେ ପର୍ଯ୍ୟବେକ୍ଷଣ ପ୍ରକୋଷ୍ଠରେ ତାଙ୍କୁ ଅଧଘଂଟା ରଖାଯିବା ପରେ ସେ ସୁସ୍ଥ ଅନୁଭବ କରିଥିବାରୁ ସେ ନିଜ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ମାଗଣା କୋଭିଡ ଟୀକା ତଥା ସଂଜୀବନୀ ପ୍ରଦାନ କରାଯାଇଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ପରେ ପର୍ଯ୍ୟାୟକ୍ରମେ ଟୀକାକରଣ କାର୍ଯ୍ୟକ୍ରମ ଜାରି ରହିଥିଲା । ଟୀକାକରଣ ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୀକା ନେଇଥିବା ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ଓ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଞତା ଜଣାଇଥିଲେ । ଏହି ଟୀକାକରଣ କାର୍ଯ୍ୟକ୍ରମ ୧୬ ଜାନୁଆରୀ ଠାରୁ ଆସନ୍ତା ସପ୍ତାହବ୍ୟାପି ଚାଲିବାକୁ ଥିବା ବେଳେ ଟୀକା ନେବାର ୨୮ଦିନ ପରେ ପୁଣିଥରେ ଦ୍ୱିତୀୟ ଡୋଜ୍ ଟୀକା ଦିଆଯିବ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ସେହିପରି ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ରରେ ୧୦୦ଜଣ, ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୫, ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୧ , ଗୁଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦, ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦, ଗୁଡାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୯୦ ସହ ଟିକିରି ସ୍ଥିତ ଓଷାପଡାର ଉତ୍କଳ ହସ୍ପିଟାଲରେ ୯୩ ଜଣ ମୋଟ ୬୦୯ଜଣ ହିତାଧିକାରୀ ଏହି ୭ଟି ଟୀକା କେନ୍ଦ୍ରରେ ଟୀକାକରଣ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ, ରାୟଗଡ ଟୀକାକରଣ କାର୍ଯ୍ୟକ୍ରମରେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତବନ୍ଧୁ ନାୟକ, ଡାକ୍ତର ସୁରେଶ ଦେ, ଡା.ବରଦାକାନ୍ତ ମିଶ୍ର, ଡା.ଲକ୍ଷ୍ମୀନାରାୟଣ ପୃ୍‌ଷ୍ଟି,ଯୁଗ୍ମ ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ତଥା ରାଜ୍ୟ କୋଭିଡ ଟୀକା ପରିଚାଳନା ପାଇଁ ରାୟଗଡ ଜିଲ୍ଳା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ଡା.ଅଶୋକ କୁମାର ପାଇକରାୟ, ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡିଶା ତଥା ବରିଷ୍ଠ ପ୍ରଶିକ୍ଷଣ ପରାମର୍ଶଦାତା ଡା.ମୃତ୍ୟୁଂଜୟ ରଥ, ଡିପିଏମ ରାଜେଶ ପଟ୍ଟନାୟକ, ହସ୍ପିଟାଲ ମ୍ୟାନେଜର, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.