ପାଣି ନ ମିଳିଲେ ଜିଲ୍ଲପାଳ ଅଫିସ ଘେରାଓ କରିବେ ତଳମୁଣ୍ଡ ଚାଷୀ
ନୂଆପଡା: ବରିଷ୍ଠ ଆଇନଜୀବି ମୁରଲୀଧର ପଣ୍ଡାଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସାମ୍ବିଧାନିକ ନିୟମ, ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶାଙ୍କ ନିର୍ଦେଶ ତଥା ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶକୁ ଅନୁଧ୍ୟାନ କରି ଦୃଢ଼ ନିଷ୍ପତି ମଧ୍ୟ ନିଆଯାଇଛି। ଗତ ୧୬ତାରିଖରେ ଗୋତମ ଛକ ଠାରେ ତଳମୁଣ୍ଡ ଚାଷୀ ଜାତୀୟ ରାଜପଥ ୩୫୩କୁ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରିଥିଲେ। ସେଠାରେ ଜିଲ୍ଲା ପ୍ରଶାସନର ଏକ ଟିମ ଆସି ଚାଷୀଙ୍କୁ ସୋମବାର ଦିନ ଠୁ ପାଣି ଯୋଗାଇ ଦେବାର ପ୍ରତିଶୃତି ପରେ ଚାଷୀ କୁଳ ଆନ୍ଦୋଳନ ରୁ ଓହରି ଯାଇଥିଲେ। ତେବେ ଯଦି ଆସନ୍ତା କାଲି ଜଳ ଯୋଗାଣ ରେ ଜିଲ୍ଲା ପ୍ରଶାସନ ବିଫଳ ହୁଏ ତେବେ ମଙ୍ଗଳ ବାର ଦିନ ତଳମୁଣ୍ଡ ସମସ୍ତ ଚାଷୀ ଜିଲ୍ଲପାଳ କାର୍ଯ୍ୟାଳୟ ଘେରାଓ କରିବେ ଓ ଜାତୀୟ ରାଜପଥ କୁ ମଧ୍ୟ ଅବରୋଧ କରିବେ ବୋଲି ଏହି ବୈଠକରେ ନିଷ୍ପତି ନେଇଛନ୍ତି।
ପ୍ରକାଶ ଯେ ୧୦ବର୍ଷ ପୂର୍ବେ ପତୋରା ଡେମ ର ପାଣି କୁ ୧୦ ହଜାର ହେକ୍ଟର ଜମି ରେ ଜଳସେଚନ କରିବା ପାଇଁ ବିଚାର କରି ୨୦ଟି ପାଣି ପଂଚାୟତ ଗଠନ କରାଗଲା। ୨୦୧୩ ମସିହା ରେ ଆପସି ନିଷ୍ପତି କ୍ରମେ ପାଣି ପଂଚାୟତ ୧ ରୁ ୫ ଓ ୧୭ରୁ ୨୦କୁ ପ୍ରଥମ ବର୍ଷ ଜଳ ଯୋଗାଣ ର ବ୍ୟବସ୍ଥା କରାଯାଇଥିବା ବେଳେ ୬ ରୁ ୧୬ ପାଣି ପଂଚାୟତରେ ଦ୍ଵିତୀୟ ବର୍ଷ ରେ ଜଳ ଯୋଗାଣ ର ବ୍ୟବସ୍ଥା କରଯାଇଥିଲା। ଏହି ନିଷ୍ପତି ମାନ୍ୟବର ଲୋକ ଅଦାଲତ ରେ କେସ ନମ୍ବର 98/19,1,2013 ଆଦେଶ ମତେ ଗୃହୀତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ପାଣି ପଂଚାୟତ ୬ ରୁ ୧୬ ର ପାଣି ପାଇବା ର ସୁଯୋଗ ଆସେ ସେତେବେଳେ ତଳମୁଣ୍ଡ ଓ ଉପରମୁଣ୍ଡ ଚାଷୀଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ହୁଏ ବିବାଦ ଦେଖାଯାଏ।
ଉଲ୍ଲେଖ୍ୟ ଯୋଗ୍ୟ ଯେ ଡବ୍ଲୁ.ପି (ସି ) ନମ୍ବର 293 ଅଫ 2021ଏବଂ ଆଇ. ଏ ନମ୍ବର 106 ଅଫ 2021ର ଶୁଣାଣି କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ୮/୧/୨୦୨୧ ରେ ଏକ ଅନ୍ତରିଣ ଆଦେଶ ଦେଇଛନ୍ତି। ଉକ୍ତ ଆଦେଶ ରେ ନିର୍ଦେଶ ଦେଇଛନ୍ତି ଯେ ପାଣି ପଂଚାୟତ ସର୍ବୋଚ୍ଚ କମିଟି ରେ ଗୃହୀତ ହୋଇଥିବା ନିଷ୍ପତି କୁ ଉଭୟ ତଳମୁଣ୍ଡ ଚାଷୀ ଓ ଉପର ମୁଣ୍ଡ ଚାଷୀ ମାନିବାକୁ ବାଧ୍ୟ ହେବେ। ତେବେ ସରକାରୀ ନିର୍ଦେଶରେ ଅବମାନନା ଆଉ କେତେ ଦିନ ହେବ ଓ ତଳମୁଣ୍ଡ ଚାଷୀ ରବି ଋତୁର ଚାଷ ପାଇଁ ପାଣି କେବେ ପାଇବେ ତାହାକୁ ନେଇ ଅଂଚଳ ରେ ବିଶେଷ ଭାବେ ଚର୍ଚ୍ଚା ଜୋର ଧରିଛି। ବୁଦ୍ଧିଜୀବୀ ମହଲ ରେ ମଧ୍ୟ ଏହି ବିବାଦକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in