ଭାରତୀୟ ସଂସ୍କୃତିକୁ ଋଦ୍ଧିମନ୍ତ କରିବାରେ ଯାଦବ ଜାତିର ଅବଦାନ ଅତୁଳନୀୟ

● ଜିଲ୍ଲା ଯାଦବ ମହାସଭା କଳାହାଣ୍ଡିର ବନ୍ଧୁମିଳନ ମହୋତ୍ସବ

କୋକସରା: କୋକସରା ବ୍ଲକ ଯାଦବ ଭବନଠାରେ ଜିଲ୍ଲା ସ୍ତରୀୟ ଯାଦବ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଅନୁମତି କ୍ରମେ କୋକସରା ବ୍ଲକ ଯାଦବ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ବନ୍ଧୁ ମିଳନ ବୈଠକରେ ଯାଦବ ସଂସ୍କୃତିର ବିଭିନ୍ନ ଦିଗନ୍ତ ସହ ସମାଜରୁ କୁସଂସ୍କାର ଦୂରିକରଣ, ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ବିଧି ବ୍ୟବସ୍ଥା ସହ ରାଜନୈତିକ କ୍ଷେତ୍ରରେ ସୁଦୃଢ ହେବାପାଇଁ ଅତିଥିମାନେ ଆହ୍ବାନ ଦେଇଥିଲେ। ଅତିତରେ ଯାଦବମାନେ ଷାଠିଏ ବର୍ଷ (ଦେଶ)ରେ ଶାସନ କରୁଥିଲେ। ଭାରତୀୟ ସଂସ୍କୃତିକୁ ଋଦ୍ଧିମନ୍ତ କରିବାରେ ଯାଦବ ଜାତିର ଅବଦାନ ଅତୁଳନୀୟ। ଏକ ବୀର ଜାତିର ପରମ୍ପରା ବହନ କରୁଥିବା ଯାଦବ ସଂପ୍ରଦାୟ ବର୍ତ୍ତମାନ ପୁଣିଥରେ ସଶକ୍ତ ହୋଇ ଉଠିବାକୁ ସଭାରେ ମତପ୍ରକାଶ ପାଇଥିଲା। ସଭାରେ ଜାତିଭିତ୍ତିକ ଜନଗଣନା ଓ ଓବିସି ୨୭% ସଂରକ୍ଷଣ ଉପରେ ମଧ୍ୟ ଦାବି ଉଠିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମାରୋହରେ ମୁଖ୍ୟଅତିଥି ଭାବେ ଧର୍ମଗଡ଼ ବିଧାୟକ ମହୋଷଧି ବାଗ, ବିଶିଷ୍ଟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ସଭାପତି କାର୍ତ୍ତିକ ଚନ୍ଦ୍ର ବାଗ, ଉତ୍କଳ ଯାଦବ ମହାସଭାର ମହାସଚିବ ଲମ୍ବୋଦର ନିଆଲ, ମୁଖ୍ୟବକ୍ତା ଭାବେ ଉତ୍କଳ ଯାଦବ ମହାସଭାର ସମ୍ପାଦକ କୀର୍ତ୍ତନ ନାଏକ, ସମ୍ମାନୀତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଅରୁପାନନ୍ଦ ନାଗ, ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ, ଉତ୍କଳ ଯାଦବ ମହାସଭା ମହିଳା ସେଲ ସାଧାରଣ ସମ୍ପାଦକ ମମତା ମଞ୍ଜରୀ ଥପା, କଳାହାଣ୍ଡି ଜିଲ୍ଲା ଯାଦବ କର୍ମଚାରୀ ସଂଘ ସଭାପତି ଲକ୍ଷ୍ମଣ ବଛା, ହାତିବନ୍ଧା ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଜ୍ୟୈ।ତିର୍ଣ୍ଣ ବନ୍ଦିଛୋଡ, କଳାହାଣ୍ଡି ଜିଲ୍ଲା ସାଂସ୍କୃତିକ ସମନ୍ବୟ କମିଟି ସଂଯୋଜକ ଅରକ୍ଷିତ ଭଇଁସାଲ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପ ସଭାପତି ଡାକେଶ୍ବର ଲହଜଲ, ସୁନୀଲ କୁମାର ଧଙ୍ଗଡାମାଝୀ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଲାଞ୍ଜିଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଡିଲେଶ କୁମାର ନାଗ, ଧର୍ମଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣୀ ରାଉତଙ୍କ ସମେତ ୧୩ଟି ବ୍ଲକର ସଭାପତି/କାର୍ଯ୍ୟକର୍ତ୍ତା ଉପସ୍ଥିତଥିଲେ।

Udyog Nursery
Udyogi Nursery

କୋକସରା ବ୍ଲକ ଯାଦବ ସମିତିର ସଭାପତି ବିନୋଦ ରାଉତ ଏହି ସମାରୋହର ଅଧ୍ୟକ୍ଷତା କରିଥିବାବେଳେ ବ୍ଲକ ସାଧାରଣ ସମ୍ପାଦକ ଅଲେଖ ଚନ୍ଦ୍ର ଗୋପାଳ, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ଚଣ୍ଡୀ, ସହ ସମ୍ପାଦକ ଧନସିଂ ବାଗ, ଅଭିମନ୍ୟୁ ଗୋପାଳ, ସୁଦର୍ଶନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପାନାବେଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଦ୍ୱାରିକା ନାଥ ବାଗ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତି ବିଶେଷମାନଙ୍କୁ ମାନ ପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.