ବସଷ୍ଟାଣ୍ଡର ଅବ୍ୟବସ୍ଥା ଓ ଉନ୍ନତୀକରଣର ତଦାରଖ କଲେ ଜିଲ୍ଳାପାଳ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ପୈାର ପରିଷଦ ଅଧିନସ୍ଥ ବିଜୁ ପଟ୍ଟନାୟକ ବସ ଟରମିନସ୍‌ରେ ଥିବା ବିଭିନ୍ନ ଅବ୍ୟବସ୍ଥା ଓ ଉନ୍ନତୀକରଣକୁ ନେଇ ତଦାରଖ କରିଛନ୍ତି ଜିଲ୍ଳାପାଳ ସରୋଜ କୁମାର ମିଶ୍ର । ବସରେ ଯାତ୍ରା ନିମନ୍ତେ ଏଠାକୁ ଆସୁଥିବା ଯାତ୍ରୀମାନଙ୍କ ସୁରକ୍ଷା ସହ ସେମାନଙ୍କ ବିଶ୍ରାମ ଗୃହ ତଥା ପାନୀୟ ଜଳ ଓ ଶୈାଚାଳୟର ବ୍ୟବସ୍ଥାକୁ ତନଖୀ ଥିଲେ ଜିଲ୍ଳାପାଳ ।

ବସଷ୍ଟାଣ୍ଡର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ପୈାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଉ ଏକ ଶୈାଚାଳୟ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଆଦେଶ ଦେଇଥିଲେ । ଅପରପକ୍ଷେ ବସଷ୍ଟାଣ୍ଡର ୪ନମ୍ବର ରୁମରେ ଥିବା ଓଏସଆରଟିସି କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟାଳୟରେ ଷ୍ଟୋର ରୁମର ଅସୁବିଧା ଦେଖିବା ପରେ ଅଧିକାରୀଙ୍କୁ ଅନ୍ୟ ଏକ ରୁମ ପ୍ରଦାନ ନିମନ୍ତେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ ।

ବସଷ୍ଟାଣ୍ଡ ପ୍ରାଙ୍ଗଣରେ ପାର୍କିଂ ଭଳି ରଖାଯାଉଥିବା ବାଇକ ଓ ସାଇକେଲଗୁଡିକୁ ପାର୍କିଂ ନ କରାଯିବା ଦିଗରେ ପୋଲିସ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଳାପାଳ ଶ୍ରୀ ମିଶ୍ରଙ୍କ ଏହି ଗସ୍ତ ସମୟରେ ଏସ.ପି.ବିବେକାନନ୍ଦ ଶର୍ମା,ପୈାର ନିର୍ବାହୀ ଅଧିକାରୀ ଶ୍ରୀ ଶତପଥି,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.