୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦଘାଟିତ

ସଡକ ସୁରକ୍ଷା ସଚେତନତା ରଥର ଉଦଘାଟନ କଲେ ରାୟଗଡ ଜିଲ୍ଳାପାଳ ଓ ଏସ.ପି.

ରାୟଗଡ, (ଶିବ ନାରାୟଣ ଗୈାଡ): ୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ଆଜି ରାୟଗଡ ବିଜୁ ପଟ୍ଟନାୟକ ବସ୍ ଟରମିନସ୍ ପ୍ରାଙ୍ଗଣରେ ଶୁଭ ଉଦଘାଟନ କରାଯାଇଛି । ଆଂଚଳିକ ପରିବହନ ଅଧିକାରୀ ଦିଲ୍ଳିପ କୁମାର ଦଲେଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯର୍୍ୟକ୍ରମରେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଓ ଜିଲ୍ଳା ଏସ.ପି.ବିବେକାନନ୍ଦ ଶର୍ମା ଯୋଗ ଦେଇ ସଡକ ସୁରକ୍ଷା ସଚେତନତା ରଥକୁ ସବୁଜ ପତକା ଦେଖାଇ ଉଦଘାଟିତ କରିଥିଲେ ।

ଅତ୍ୟଧିକ ବେଗରେ ଗାଡି ନ ଚଳାଇବା,ଅନ୍ୟ ଯାନଗୁଡିକ ସହ ପ୍ରତିଯୋଗିତା ନ କରିବା,ମଦ୍ୟପାନ କରି ଗାଡି ନ ଚଳାଇବା,ଗାଡି ଚଳାଇବା ବେଳେ ମୋବାଇଲ ଫୋନ୍ ବ୍ୟବହାର ନ କରିବା.ବାଇକ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବା ଓ ଗାଡି କାଗଜପତ୍ର ପାଖରେ ରଖିବା ଆଦି ଅନ୍ୟାନ୍ୟ ଟ୍ରାଫିକ୍ ନିୟମ ମାନି ନିରାପଦ ଯାତ୍ରା ନିମନ୍ତେ ପରିବହନ ବିଭାଗ ପକ୍ଷରୁ ଜନସାଧରଣଙ୍କ ସଚେତନତା ନିମନ୍ତେ ଆରଟିଓ ଶ୍ରୀ ଦଳେଇ ପ୍ରକାଶ କରିଥିଲେ । ଆଜି ଠାରୁ ଆସନ୍ତା ଜାନୁଆରୀ ୨୪ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଗତ ସେପ୍ଟେମ୍ବର ୧ତାରିଖ ୨୦୧୯ ଠାରୁ ନୂତନ ମୋଟର ଯାନ ଆଇନର ଖିଲାପ କଲେ ବେଶୀ ପରିମାଣର ଜରିମାନା ଦେବାକୁ ପଡିବ । ତେଣୁ ଆଇନ ଅନୁଯାୟୀ ରାସ୍ତାରେ ସଡକ ଦୁର୍ଘଟଣା କମାଇବା ଓ ଧନ ଜୀବନର ସୁରକ୍ଷା ନିମନ୍ତେ ଉଦ୍ଧିଷ୍ଟ ଜିଲ୍ଳା ପ୍ରଶାସନ,ଆରଟିଓ ଓ ପୋଲିସ ବିଭାଗ ତରଫରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ଓ ମଟର ଆଇନକୁ ସମ୍ମାନ ଦେବାକୁ ପରାମର୍ଶ ଦେଇଛନ୍ତି । ସେହିପରି ସଡକ ସୁରକ୍ଷା ରଥ ୫ଦିନ ବ୍ୟାପି ଜିଲ୍ଳାର ଜେକେପୁର,କୋଲନରା, ବିଷମକଟକ, ମୁନିଗୁଡା, ଚନ୍ଦ୍ରପୁର, ଗୁଣପୁର, ପଦ୍ମପୁର, ଗୁଡାରୀ, କାଶିପୁର ଓ ଟିକିରି ଅଂଚଳରେ ବୁଲି ଲିଫଲେଟ୍ ବଂଟନ କରି ଲୋକଙ୍କ ମଧ୍ୟରେ ମୋଟର ଯାନ ନିୟମର ସଚେତନତା ସୃଷ୍ଟି କରିବାକୁ ଥିବା ବେଳେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେହିପରି ଷଷ୍ଠ ଦିନରେ ଜିଲ୍ଳା ସଦର ମହକୁମାରେ ହେଲମେଟ୍ ପିନ୍ଧି ଏକ ବାଇକ ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ସଡକ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରାଯିବାକୁ ଥିବା ବେଳେ ଶେଷ ସପ୍ତମ ଦିନରେ ପଦଯାତ୍ରା ସହ ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ ଏବଂ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସଦଭାବନା ପ୍ରକୋଷ୍ଠରେ ସହରର ମାନ୍ୟଗଣ ବ୍ୟକ୍ତି,ବସ ଓ ଟ୍ରକ ମାଲିକ ସଂଘର ସଦସ୍ୟମାନଙ୍କୁ ନେଇ ସଡକ ସୁରକ୍ଷା ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ଆରଟିଓ ଶ୍ରୀ ଦଳେଇ ସୂଚନା ଦେବା ସହ ଏହି ସପ୍ତାହ ବ୍ୟାପି ପୋଲିସ ଓ ପରିବହନ ବିଭାଗ ମିଳିତରେ ଜିଲ୍ଳାର ବିିଭିନ୍ନ ଅଂଚଳରେ ଟ୍ରାଫିକ୍ ଚେକିଂ କରାଯିବ ବୋଲି ପ୍ରକାଶ କରିଛନ୍ତି । 

ଉଦଘାଟନ କାର୍ଯ୍ୟକ୍ରମରେ ସହକାରୀ ମୋଟର ଯାନ ନିରୀକ୍ଷକ ଅଶୋକ କୁମାର ପାଣିଗ୍ରାହୀ,ପୈାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଏସଡିପିଓ ତପନ ନାରାୟଣ ରଥ,ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ଏସ.ଆଇ.ମାନଓ କୁମାର ସାହୁ, ଏସ.କେ.ଶତପଥି,ଏ କୈଳାସଚନ୍ଦ୍ର ବେହେରାଙ୍କ ସମେତ ବସ ଓ ଟ୍ରକ ୟୁନିଅନର କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.