ବିଶ୍ୱନାଥପୁର ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ କୃଷକ ଅସନ୍ତୋଷ

ମଣ୍ଡି ପରିଦର୍ଶନ ସହି ଚାଷୀଙ୍କୁ ଆଶ୍ୱସନା ଦେଲେ ଲାଞ୍ଜିଗଡ ତହସିଲଦାର

ଲାଞ୍ଜିଗଡ: ବିଶ୍ୱନାଥପୁର ଧାନ ମଣ୍ଡିରେ ଦେଖାଦେଇଥିବା ଅବ୍ୟବସ୍ଥା ନେଇ କୃଷକ ଅସନ୍ତୋଷ ବୃଦ୍ଧି ପାଇଛି। ଶୀତ କାକରରେ ଖୋଳା ଆକାଶ ତଳେ ଧାନ ପକାଇ ହନ୍ତସନ୍ତ ହେଉଛି ଚାଷୀ। ଏପଟେ ହେଉଥିବା ମିଲର୍ସ ଦାଉ ସାଧୁଥିବାବେଳେ ସବୁଜାଣି ସବୁଦେଖି ଲ୍ୟାମ୍ପସ କର୍ତ୍ତୃପକ୍ଷ ଆଖିବୁଜି ଦେଇଛନ୍ତି।ଏହାକୁ ନେଇ ଚାଷୀମାନେ ଆନ୍ଦୋଳନ ମୁହାଁ ହୋଇଥିବା ବେଳେ ମଙ୍ଗଳବାର ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା ଏହି ମଣ୍ଡି ପରିଦର୍ଶନ କରିବା ସହିତ ଚାଷୀମାନଙ୍କର ସମସ୍ୟାର ସମାଧାନ ପାଇଁ ଚାଷୀ ଓ ଲ୍ୟାମ୍ପ ତଥା ମିଲର୍ସ ଙ୍କ ସହିତ ଆଲୋଚନା କରିଛନ୍ତି।

Omkar Vasthu
Omkar Vasthu


ଏହା ସହିତ ଚାଷୀମାନଙ୍କର ଧାନ ଶୀଘ୍ର ଉଠାଇବାକୁ ସେ ଚାଷୀମାନଙ୍କୁ ଆଶ୍ୱାସନା ଦେଇଥିବା ସୁଚନା ମିଳିଛି। ତହସିଲଦାର ଶ୍ରୀ ହୋନ୍ନଙ୍ଗା ବ୍ଲକ ଅଞ୍ଚଳର ଧାନ ମଣ୍ଡି ଗୁଡିକର ନୋଡାଲ ଅଫିସର ଥିବା ବେଳେ ତାଙ୍କ ଦୃଢ ପଦକ୍ଷେପ ଯୋଗୁଁ ୧୦ ଗୋଟି ମଣ୍ଡି ଅଞ୍ଚଳରେ ଚାଷୀମାନଙ୍କ ଧାନ ସୁରୁଖୁରୁରେ ଉଠିବାକୁ ଲାଗିଛି। ତେବେ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଏହି ଅବ୍ୟବସ୍ଥା ଲକ୍ଷ୍ୟ କରି ସେ ମିଲର୍ସ ତଥା ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିବା ଜଣାପଡ଼ିଛି। ତାଙ୍କ ସହିତ ବ୍ଲକ କୃଷି ଅଧିକାରୀ ଚନ୍ଦ୍ର ମୋହନ ଚାନ୍ଦ, ତଥା ଲାଞ୍ଜିଗଡ, ବିଶ୍ୱନାଥପୁର, ବିଜେପୁର ରାଜସ୍ବ ନିରୀକ୍ଷକ ପ୍ରମୁଖ ସାମିଲ ହୋଇଥିଲେ। ସେମାନେ ଚାଷୀ ତଥା ମିଲର୍ସ ପ୍ରତିନିଧିଙ୍କ ସହିତ ଆଲୋଚନା କରି ଚାଷୀ ମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.