ବିଶ୍ୱନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକାର ଶୁଭାରମ୍ଭ

କଳାବ୍ୟାଚ ପିନ୍ଧି ସ୍ୱାସ୍ଥ୍ୟକର୍ମୀ ସହଯୋଗ କଲେ, ନେଲେ ନାହିଁ କରୋନା ଟିକା

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକରେ କରୋନା ଟୀକା ଦିଆଯାଉଥିବା ବେଳେ ଗୁରୁବାର ବିଶ୍ୱନାଥପୁର ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କରୋନା ଟୀକା କରଣର ଶୁଭାରମ୍ଭ ଓ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱାସ୍ଥ୍ୟକର୍ମୀ ମାନେ ଏହି କାର୍ଯ୍ୟକ୍ରମରେ କଳାବ୍ୟାଚ ପିନ୍ଧି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ମଧ୍ୟ କରୋନା ଟିକା ନେଇନଥିଲେ। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ ଫକୀର ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୀକା କରଣ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।

Omkar Vasthu
Omkar Vasthu


କରୋନାର ପ୍ରଥମ ଟୀକା ସଫେଇ କର୍ମଚାରୀ ଗୌରଚନ୍ଦ୍ର ପୁଝାରିଙ୍କୁ ଦିଆଯାଇଥିବା ବେଳେ ଡାକ୍ତର ଖାନାର କର୍ମଚାରୀଙ୍କୁ ଏହି ଟୀକା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚିକିତ୍ସା ଅଧିକାରୀ ଭବାନୀ ଶଙ୍କର ଲେଙ୍କା, ଡ଼ାକ୍ତର ନିହାର ରଞ୍ଜନ ସାହୁ, ବିପିଏମଓ ସୁରଜିତ ସିଂ, ବାଡା ଭବାନୀ ଶଙ୍କର ସିଂ ଓ ପିଏଚ ଇଓ ଦିବାକର ପ୍ରଧାନ ପ୍ରମୁକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ସମ୍ପନ୍ନ କରିଥିଲେ । ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣଙ୍କୁ ଟୀକା ଦିଆ ଯାଇଥିଲା।

Pearl dental clinic
Near Ashish Medical Store, Bhawanipatna


ଏହି ଅବସରରେ ସ୍ୱାସ୍ଥ୍ୟ କର୍ମୀ ମାନେ ସରକାର ତାଙ୍କ ପ୍ରତି ଉଦାସୀନତା ମନଭାଵ ପୋଷଣ କରୁଥିବା କହିଛନ୍ତି। ପଦୋନ୍ନତି, କ୍ୟାଡର ବ୍ୟବସ୍ଥା ଆଦି ଲାଗୁ କରିବାରେ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ସ୍ୱାସ୍ଥ୍ୟ କର୍ମୀ ମାନେ ଆନ୍ଦୋଳନ କରୁଛନ୍ତି। ଏଣୁ ପ୍ରତୀକାତ୍ମକ ପ୍ରତିବାଦ ସ୍ୱରୂପ ଆଜି କରୋନା ଟିକା ଦାନ ବେଳେ ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ମାନେ କଳାବ୍ୟାଚ ପିନ୍ଧି ଟିକା ଦେଇଥିଲେ।

Udyog Nursery
Udyogi Nursery

ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ/ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମଞ୍ଚ ପକ୍ଷରୁ ନିଆଁ ଯାଇଥିବା ନିଷ୍ପତ୍ତି ଅନୁଯାୟୀ ଟିକା କରଣ କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ କରିଥିଲେ ହେଁ ସେମାନେ ଟିକା ନେଇନଥିଲେ। ବିଶ୍ୱନାଥପୁର ଚିକିତ୍ସାଳୟରେ ଆଜିର ଏହି ଟିକା କରଣରେ ମହିଳା ସ୍ୱାସ୍ଥ୍ୟକର୍ମୀ ମାଳତୀ ଲତା ବାରିକ, ପ୍ରତିମା ବାଗ, ଅଞ୍ଜଳି ସାହୁ, ସୁନିଲ କୁମାର ଚାଲାନ, ନରେଶ କୁମାର ମାଝୀ କାଳିଆ ସାହୁ ପ୍ରମୁଖ ସହଯୋଗ କରିଥିଲେ ହେଁ ଟିକା ନେଇନଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.