ଓଡିଶା ସାମ୍ବାଦିକ ୟୁନିୟନ (OUJ) ନର୍ଲା ଶାଖାର ବନ୍ଧୁ ମିଳନ ସମାରୋହ

ନର୍ଲା: ସ୍ଥାନୀୟ ଚିପୁଲ ନର୍ସରୀ ଠାରେ ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ନର୍ଲା ଶାଖାର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ସାମ୍ବାଦିକ ୟୁନିୟନର ଉପସଭାପତି ତଥା ନର୍ଲା ସଂଘର ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଅତିଥି ଭାବେ ନର୍ଲା ବିଡ଼ିଓ ଡଃ ବ୍ୟାସଦେବ ବେହେରା, ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ଥାନାଧିକାରୀ ରମଣୀ ରଞ୍ଜନ ଦଳେଇ, କଳାହାଣ୍ଡି ସାମ୍ବାଦିକ ୟୁନିୟନ ସଭାପତି କମ୍ବୁପାଣି ମିଶ୍ର, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈାଡିଆ, ବନପାଳ ଭବାନୀ ଶଙ୍କର ନାଏକ, ସର୍ଗିଗୁଡା ସରପଞ୍ଚ ନରସିଂହ କୁମାର, ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା, ନର୍ଲା ଥାନା ଏସଆଇ ବଂଶିଧର ସାମଲ ଏବଂ ଡମ୍ବରୁଧର ମାଝୀ, ସିପିଆଇ (ଏମ୍ଏଲ୍) ନେତା କମ୍ରେଡ କେଶବ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଓୟୁଜେ କଳାହାଣ୍ଡି ତଥା ନର୍ଲା ୟୁନିୟନର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ।

Omkar Vasthu
Omkar Vasthu


ସଭା ପ୍ରାରମ୍ଭରେ ଓୟୁଜେ ନର୍ଲା ଶାଖାର ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ, ଚିତ୍ତରଞ୍ଜନ ରଣା, ସୁନୀଲ କୁମାର ଧଙ୍ଗଡାମାଝୀ, ଦୀପକ କୁମାର ମହାନ୍ତି, ଅନୀଲ କୁମାର ଅଗ୍ରୱାଲ ଏବଂ ନିରଞ୍ଜନ ଗଉଡ ସଂଘର ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ସଂଘର ସଦସ୍ୟମାନେ ନିର୍ଭିକ ଭାବରେ ସତ୍ୟ ଆଧାରିତ ସମ୍ବାଦ ପରିବେଷଣ କରିଆସୁଥିବା ବେଳେ ଆଗକୁ ମଧ୍ୟ ଏହି ଧାରା ବଜାୟ ରଖିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଏହାସହ ସ୍ଥାନୀୟ ସମସ୍ୟା ଉପରେ ଗୁରୁତ୍ଵ ଏବଂ ସମସ୍ତଙ୍କ ସହ ସୁସମ୍ପର୍କ ସ୍ଥାପନ ନେଇ ଆଲୋଚନା ହୋଇଥିଲା। ସଂଘର ବରିଷ୍ଠ ସଦସ୍ୟ ଅଭିରାମ ନନ୍ଦଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ନର୍ଲା ଥାନା କର୍ମଚାରୀ ଡମ୍ବରୁଧର ମାଝୀ, ଏସ୍ ଭୋଇ ପ୍ରମୁଖ ସହଯୋଗ କରିଥିଲେ।

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡ (ବୁଲୁ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.