ମ.ରାମପୁର ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ଥାନା ତରଫରୁ ଆଜି ସଡ଼କ ସୁରକ୍ଷା ସଂପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଥାନାଧିକାରୀ ଜୟଦେବ ତାରିଣୀଙ୍କ ନେତୃତ୍ୱରେ ମ.ରାମପୁର ମହାବିଦ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ପରିକ୍ରମା ସମୟରେ ହେଲମେଟ ପିନ୍ଧି ଗାଡ଼ି ଚଳାଇବା, ଗାଡ଼ି ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା, ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥା ନହେବା, ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାଇବା ପରେ ଏକ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହେଇଥିଲା । ତହସିଲଦାର ସୟଦ ଇସାକ ମଦିନା ମୁଖ୍ୟ ଅତିଥିଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ସଂପର୍କରେ ଧାରଣା ଦେବା ସହିତ ଆମେ ନିଜେ ନିଜକୁ ସଚେତନ କରିବାର ସମୟ ପହଂଚିଛି ବୋଲି କହିଥିଲେ ।

Udyog Nursery
Udyogi Nursery

ଅନ୍ୟ ମାନଙ୍କ ମଧ୍ୟରେ ସବ ଇନିସପେକ୍ଟର ବିନୀତା ଟପ୍ପୋ,ଦାସିଆ ସେଠ୍‌, ଏଏସ୍‌ଆଇ କ୍ଷୀରସିନ୍ଧୁ ମାଝୀଙ୍କ ସମେତ ପ୍ରଶାନ୍ତ କୁମାର ପ୍ରଧାନ, ଉଦୟନାଥ ଶବର, ସୁନୀଲ କୁମାର ମହାପାତ୍ର, ପଙ୍କଜିନୀ ମାଝୀ, ସୁସ୍ମିତା ପ୍ରଧାନୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.