ଜନକଲ୍ୟାଣ ଶ୍ରମିକ ସଂଘ ପକ୍ଷରୁ ଆଇନ ସଚେତନତା ଏବଂ ଆଲୋଚନା ଚକ୍ର

ଭବାନୀପାଟଣା: ଜନକଲ୍ୟାଣ ଶ୍ରମିକ ସଂଗଠନ ଆନୁକୂଲ୍ୟରେ ଆଇନ ସଚେତନତା ଓ ଶ୍ରମିକ ଅଧିକାର ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି। ଭବାନୀପୁର ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବରେ ଆଇନଜୀବୀ ତଥା ବିଜୁ ଜନତା ଦଳର ଜିଲ୍ଲା ଆଇନ ସାମୁଖ୍ୟ ସଂଯୋଜକ ଯଶୋବନ୍ତ ନାଏକ ଯୋଗ ଦେଇ ସଂଘର ଶତାଧିକ ସଦସ୍ୟ ଏବଂ କର୍ମକର୍ତ୍ତାଙ୍କୁ ସରକାର ଶ୍ରମିକ ମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସହିତ ଗ୍ରାମ ପଂଚାୟତ ଗୁଡିକରେ ସରକାରଙ୍କ ଦ୍ୱାରା ସ୍ଥାପିତ ମଧୁବାବୁ ଆଇନ ସହାୟକ ଶିବିରର କାର୍ଯ୍ୟଧାରା, ଶ୍ରମିକଙ୍କ ଆଇନ ଗତ ଅଧିକାର, ଏହା କିପରି ସହାୟକ ହେବ ବା ହେଉଛି ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ‌।


ଶ୍ରମିକମାନଙ୍କ ଜୀବନ ଶୈଳୀ କିପରି ଉନ୍ନତ ମାନର ହେଇ ପାରିବ ସେନେଇ ମଧ୍ୟ ଶ୍ରୀଯୁକ୍ତ ନାଏକ ବିଶଦ ଭାବରେ ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ସଂଗଠନର ସଭାପତି ତ୍ରିଲୋକ୍ୟ ଜ୍ୟୋତି ବାଗ ମଧ୍ୟ ତାଙ୍କ ଅଭିଭାଷଣରେ ଶ୍ରମିକ ମାନଙ୍କୁ ସଚେତନତାର ବାର୍ତା ଦେଇଥିଲେ।


ଏହି ଆଲୋଚନା ସଭାରେ କାର୍ଯ୍ୟକାରୀ ସଭାପତି ତୀର୍ଥ ବୁଦ୍ଧିଆ, ଯୁଗ୍ମ ସମ୍ପାଦକ ଉମାକାନ୍ତ ବାଗ ସହ ସମ୍ପାଦକ ରାଜୁ ମଙ୍ଗରାଜ, ସାଧାରଣ ସମ୍ପାଦକ ମାପିନ୍ଦର ସୁନାନୀ, ନାରୀ ନେତ୍ରୀ ପୁଷ୍ପାଞ୍ଜଳି ଠାକୁର, ସଂଘର ସକ୍ରିୟ କାର୍ଯ୍ୟକର୍ତା ସୁରଭି ସୁନାନୀ ପ୍ରମୁଖ ଶ୍ରମିକଙ୍କ ହିତ ଓ ଅଧିକାର ଉପରେ ନିଜସ୍ଵ ମତବ୍ୟକ୍ତ କରିଥିଲେ। ସଂଘର କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟ/ସଦସ୍ୟାମାନେ ନିଜ ଅନୁଭୂତିରୁ କେତେକ କଥା ଓ ସଂଘର୍ଷ ମୟ ଜୀବନରେ ଘଟିଥିବା କେତେ ଗୁଡ଼ାଏ ଘଟଣା ସମ୍ପର୍କରେ ବଖାଣିଥିଲେ। କାର୍ଯ୍ୟକ୍ରମକୁ ଶ୍ରମିକ ସଂଘର ଉପସଭାପତି ମନୋଜ ତାଣ୍ଡି ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.