ବିରିପୁରା ପାହାଡ଼ ଶିଖରରେ ଦେଶର ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ

କଳାହାଣ୍ଡି: କେସିଙ୍ଗା ବ୍ଲକ ଗୁର୍ଜିମୁଣ୍ଡା ସ୍ଥିତ ବିରିପୁରା ପାହାଡ଼ ଶିଖରରେ ଏକ ନିଆରା ଢଙ୍ଗରେ ଦେଶର ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଖ୍ୟାତିସମ୍ପନ୍ନ ପର୍ବତାରୋହୀ ହରେଶ ବଗର୍ତ୍ତୀଙ୍କ ନେତୃତ୍ୱରେ କେସିଙ୍ଗା ମହାବିଦ୍ୟାଳୟର ଏନସିସି ପ୍ରୁଫ-୧ର ସୁଶାନ୍ତ କୁମାର ମେହେର,

ମନୋଜ ବଗର୍ତ୍ତୀ, ଶିବ ମାଝୀ, ଖଗେନ୍ଦ୍ର ମାଝୀ, ଧନପତି ବାଗ, ଭୋପାଳ ଭୋଇ, ରାଜୁ ଥାପା, ଧରଣୀଧର ନାୟକ, ବିଭୂତି ମଲ୍ଲୀକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏହି ଉଦୟମାନ ଯୁବକମାନେ ଦେଶବାସୀଙ୍କୁ ‘ଗଛ ବଞ୍ଚିଲେ ଜୀବନ ବଞ୍ଚିବ’ ବୋଲି ବାର୍ତ୍ତା ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.