ନର୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଜନରାଜ୍ୟ ଦିବସ ପାଳନ

କଳାହାଣ୍ଡି, (ନିରଞ୍ଜନ ଗଉଡ): ନର୍ଲା ଚାରିଛକ ଠାରେ ନର୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ୭୨ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି। ସଂଘର ବରିଷ୍ଠ ସଦସ୍ୟ ସାମ୍ବାଦିକ ଅଭିରାମ ନନ୍ଦଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସ୍ବତନ୍ତ୍ର ପ୍ରତିନିଧି। ତଥା ସର୍ଗିଗୁଡାର ପୂର୍ବତନ ସରପଞ୍ଚ ହମେଶ ଜୈନ ପତାକା ଉତ୍ତୋଳନ କରି ସମବେତ ଜନତାଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ଦେଶର ଗଣତନ୍ତ୍ର, ସାର୍ବଭୌମକୁ ବଜାୟ ରଖିବା ଉପରେ ସେ ଆଲୋକପାତ କରିବାସହ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ‘ଗଣମାଧ୍ୟମ’ର ସହଭାଗିତାରେ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ନର୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ)ର ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଅନୀଲ ଅଗ୍ରୱାଲ, ସୁଶାନ୍ତ ଚାନ୍ଦଙ୍କ ସମେତ ନଗେନ୍ଦ୍ର ପଧାନ, ସନ୍ତୋଷ ଦାସ, ସୁବାଶ ସାହୁ, ବେଣୁଧର ଗଉଡ, କୈଳାସ ସା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.