କୋକସରା, (ହିରଣ୍ୟ ବେହେରା): ଆମପାଣି ଧର୍ମଗଡ଼ ବିଜୁ ଏକ୍ସପ୍ରେସ ଓ୍ବେ ଘଣ୍ଟିଗୁଡା ଛକ ନିକଟରେ କାରରେ ଯାଉଥିବା ସମୟରେ ଭାରସାମ୍ୟ ହରେଇ ଗୋଟିଏ ପରିବାରର ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ମୁତାବକ କୋରାପୁଟ ବୋରିଗୁମ୍ମାରେ ରହୁଥିବା ଦୁଇ ଭାଇ ହରି ପ୍ରସାଦ ମେହେର ଓ ତପେସ୍ୱର ମେହେର ପିତାଙ୍କ ଦଶାହ କାର୍ଯ୍ୟ ପାଇଁ ନିଜ ପୈତୃକ ଗ୍ରାମ ସିନାପାଲି ବ୍ଲକ ଯାମ ଗାଁ ଯାଉଥିବା ସମୟରେ ଭାରସାମ୍ୟ ହରେଇ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଛନ୍ତି।
ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରି ୧୦୮ ଯୋଗେ ପ୍ରଥମେ କୋକସରା ହସ୍ପିଟାଲ ଓ ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି।