ଆଗଧାଡିର ସରକାରୀ କର୍ମଚାରୀଙ୍କୁ କରୋନା ଟୀକା ପ୍ରଦାନ ପାଇଁ ପ୍ରସ୍ତୁତି ବୈଠକ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାରେ କାର୍ଯ୍ୟରତ ଆଗଧାଡିର ସରକାରୀ କର୍ମଚାରୀମାନଙ୍କୁ କରୋନା ଟୀକା ପ୍ରଦାନ ନିମନ୍ତେ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଥିବା ସଦଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା, ଅତିରିକ୍ତ ଏସ.ପି. ଅନନ୍ତ ନାରାୟଣ ମହାନ୍ତି, ସିଡିଏମଓ ଡା.ଆର୍ତବନ୍ଧୁ ନାୟକ, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ପିଡି-ଡିଆରଡିଏ ଭୀମସେନ ଶବରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଜିଲ୍ଳାରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଆଶା ଓ ଆଇସିଡିଏସ୍ ବିଭାଗର ଅଙ୍ଗନବାଡି କର୍ମୀମାନଙ୍କୁ ଟୀକାକରଣ ପ୍ରଥମ ପର୍ଯ୍ୟାୟରେ କରାଯାଇଥିବା ବେଳେ ପୁଣି ୨୮ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ ।

Omkar Vasthu
Omkar Vasthu


ସେହିପରି ବିପର୍ଯ୍ୟୟ ପରିଚାଳନା ଅନ୍ତର୍ଗତ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରସ୍ତୁତ ତାଲିକା ଅନୁଯାୟୀ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ, ପିଡି-ଡିଆରିଡଏ,ଡିଏସଡବ୍ଳ୍ୟୁଓ, ତହସିଲ, ରାଜସ୍ୱ ନିରୀକ୍ଷକ, ପଂଚାୟତ ସମିତି କାର୍ଯ୍ୟାଳୟ, ସରପଂଚ, କ୍ରୀଡା ଅଧିକାରୀ, ସ୍ୱଳ୍ପ ସଂଚୟ ଅଧିକାରୀ, ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଟୀକାକରଣ କରାଯିବାକୁ ଥିବା ବେଳେ ରାଜସ୍ୱ ବିଭାଗ ଦ୍ୱାରା ପ୍ରସ୍ତୁତ ତାଲିକା ଅନୁଯାୟୀ ଜିଲ୍ଳା ସବରେଜିଷ୍ଟ୍ରର ଓ ଷ୍ଟାଫ, ଆରଟିଓ, ସିଏସଓ,ଜିଲ୍ଳା ଅବକାରୀ, ଜିଲ୍ଳା ମଙ୍ଗଳ ବିଭାଗ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଟୀକାକରଣ କରାଯିବ । ସେହିପରି ଆରକ୍ଷୀ ଅଧୀକ୍ଷକ ଓ ତାଙ୍କ ସମସ୍ତ ଆରକ୍ଷୀ ବାହିନୀ, ବିଏସଏଫ, ସିଆରପିଏଫ, ଗୃହରକ୍ଷୀ ବାହିନୀର ସମସ୍ତଙ୍କୁ ଟୀକାକରଣ କରାଯିବ । ରାୟଗଡ ଜିଲ୍ଳାରୁ ପ୍ରାୟ ୬୨୮୨ପଂଜୀକୃତ ଆଗଧାଡିର କର୍ମଚାରୀମାନଙ୍କୁ ଟୀକା ଆସନ୍ତା ୬ତାରିଖ ରୁ ୧୬ତାରିଖ ଯାଏଁ ଟୀକାକରଣ କରାଯିବ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.