ବନବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ନିକଟସ୍ତ ହାତୀଖମ୍ବା ଚାରା ଉତ୍ପାଦନ କେନ୍ଦ୍ର ଠାରେ ଅଗ୍ନି ନିର୍ବାପକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ରାୟଗଡ଼ା ଡିଏଫଓ ଅଶ୍ବିନୀ କୁମାର କର (ଆଇଏଫଏସ୍ ), ଏସସିଏଫ୍ ପ୍ରଭାକର ସେନାପତି, ଗୁଣୁପୁର ରେଞ୍ଜର ରଞ୍ଜନ କୁମାର ମହାନ୍ତି, ଗୁଡାରୀ ରେଞ୍ଜର ସଂଘମିତ୍ରା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଗୁଣୁପୁର ଓ ଗୁଡାରୀ ବନାଞ୍ଚଳ ଅଧିନରେ ସମସ୍ତ କାର୍ଯ୍ଯରତ ଫରେଷ୍ଟର, ଫରେଷ୍ଟଗାର୍ଡ଼, ପାରାମିଲିଟାରୀ ଗାର୍ଡ଼ ମାନେ ଏହି ପ୍ରଶିକ୍ଷଣ ଶିବିରରେ ଭାଗନେଇଥିଲେ।

Omkar Vasthu
Omkar Vasthu


ଏହି ଶିବିରରେ ମୁଖ୍ୟତଃ ଜଙ୍ଗଲରେ ନିଆଁଲାଗିବା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟରେ ବନବିଭାଗ ପକ୍ଷରୁ କିପରି ଭାବେ ସର୍ତକର୍ତ୍ତାର ସହ ନିଆ ଲିଭାଯାଇପାରିବ ସେନେଇ ଶିବିରରେ ତାଲିମ ପ୍ରଦାନ କରାଯାଇଥିଲା। ସେହିପରି ବନବିଭାଗ ପକ୍ଷରୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) କରାଯାଉଥିବା ବନୀକରଣ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଶିବିରରେ ନୂତନ ଜଙ୍ଗଲ ସୃଷ୍ଟି କରିବା, ଜଙ୍ଗଲୀ ଜୀବଜନ୍ତୁ ସୁରକ୍ଷା ସହ ଆଗକୁ ଖରାଦିନ ଆସୁଥିବାରୁ ଲୋକଙ୍କୁ ନିଆ ଲଗାଇବାରୁ ଜଙ୍ଗଲକୁ କିପରି ଭାବେ ରକ୍ଷା କରାଯାଇପାରିବ ସେନେଇ ସଚେତନ କରାଇବାକୁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବନପାଳ ନରେନ୍ଦ୍ର ଗମାଙ୍ଗ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.