ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ରାୟଗଡ ଜିଲ୍ଳା ଶାଖାର ୫ଦଫା ଦାବିପତ୍ର

ରାୟଗଡ, (ଶିବ ନାରାୟଣ ଗୈାଡ): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ରାଜ୍ୟ ନିଷ୍ପତି କ୍ରମେ ଆଜି ରାଜ୍ୟର ସମଗ୍ର ଜିଲ୍ଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଳା ଶାଖା ପକ୍ଷରୁ ମଧ୍ୟ ରାୟଗଡ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ୫ଦଫା ଦାବିପତ୍ର ଡେପୁଟି କଲେକ୍ଟର (ନିର୍ବାଚନ) ନାରାୟଣ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି ।

ଏହି ଦାବିପତ୍ରରେ ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରିବା, ଆଶା କର୍ମଚାରୀମାନଙ୍କୁ ସରକାରୀ ଚାକିିରୀର ମାନ୍ୟତା ପ୍ରଦାନ କରିବା, ସର୍ବନିମ୍ନ ବେତନ ୨୧ହଜାର ଟଙ୍କା ଯୋଗାଇବା, ଆଶାର୍କମୀଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା, କୋଭିଡ-୧୯ ସମୟରେ ମୃତ୍ୟୁବରଣ କରିଥିବା ଆଶା କର୍ମଚାରୀଙ୍କୁ ସରକାରଙ୍କ ଦ୍ୱାରା ଘୋଷିତ କରୋନା ଆଥିର୍କ ସହାୟତା ରାଶି ୫୦ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ କରିବା ଉଲ୍ଳେଖ ରହିଛି ।


ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ରାଜ୍ୟ ସଂପାଦକ ଯୋଗେଶ୍ୱର ଦାସ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ରାଜ୍ୟ ସଭାପତି ଅରୁଣ କୁମାର ଲେଙ୍କା, ଭାରତୀୟ ମଜଦୁର ସଂଘ ଜିଲ୍ଳା ସଂପାଦକ ଖଗେଶ୍ୱର ସିଂ, ଉପସଭାପତି ମୋହନରାଓ ମାଝି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଆଶାକର୍ମୀ ସଂଘ ଜିଲ୍ଳା ସଭାନେତ୍ରୀ ଶ୍ରୀମତି ମମତା ବିଶ୍ୱାଳ ଓ ସଂପାଦିକା ଶ୍ରୀମତି ପୁଷ୍ପା ବେଉରିଆଙ୍କ ନେତୃତ୍ୱରେ ସ୍ଥାନୀୟ ପୂର୍ତ ବଙ୍ଗଳା ଠାରୁ ଜିଲ୍ଳାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା ବାହାରିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.