ଓଡିଶା ବ୍ରାହ୍ମଣ ମହାସଂଘର ରାଜ୍ୟ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ

କଟକ: ଓଡିଶା ବ୍ରାହ୍ମଣ ମହାସଂଘର ରାଜ୍ୟ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ କଟକ ମହାନଦୀ ବିହାର ସ୍ଥିତ ମହାନଦୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ରାଜ୍ୟ ସଭାପତି ଇଂ. ସିମାଞ୍ଚଳ ମହାପାତ୍ର ସଭାପତିତ୍ଵ କରିଥିବା ବେଳେ ସଂଘର ପ୍ରତିଷ୍ଟାତା ତଥା ପୂର୍ବତନ ସର୍ବଭାରତୀୟ ସଭାପତି ଡା. ବିଷ୍ଣୁଚରଣ ମିଶ୍ର , ବର୍ତମାନର ସର୍ବଭାରତୀୟ ସଭାପତି ବିପିନ ବିହାରି ମିଶ୍ର, ରାଜ୍ୟ ଶକ୍ତିବାହିନୀର ଅଧକ୍ଷ୍ୟା ଶ୍ରଦ୍ଧା ଷଡଙ୍ଗୀ ପ୍ରମୁଖ ଯୋଗଦେଇଥିବା ବେଳେ ଦକ୍ଷିଣ ଓଡିଶା ବିକାଶ ପରିଷଦର ଅଧକ୍ଷ ଭୃଗୁ ବକ୍ସିପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସଂଘର ଆଭିମୁଖ୍ୟ ସାଙ୍ଗକୁ ସାଙ୍ଗଠନିକ କ୍ଷେତ୍ରରେ ଦିଗଦର୍ଶନ ଦେଇଥିଲେ ।

Omkar Vasthu
Omkar Vasthu


ବିଶେଷ କରି ଅନ୍ୟ ରାଜ୍ୟରେ ବ୍ରାହ୍ମଣ କଲ୍ୟାଣ ନିଗମ କାର୍ଯ୍ୟକାରି ହୋଇଥିବା ବେଳେ ସମାନ ଢାଞ୍ଚାରେ ଆମ ରାଜ୍ୟରେ ମଧ୍ୟ ସରକାର ଲାଗୁ କରିବା ପାଇଁ ବିଗତ ଦିନ ମାନଙ୍କରେ ଚିନ୍ତା କାରି ଥିବା ବେଳେ ଗତ ଦିନରେ ଓଡିଶା ବ୍ରାହ୍ମଣ ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସରକାରଙ୍କୁ ଭେଟି ଏକ ମେମରେଣ୍ଡମ ଦେଇଥିଲେ । ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଏହି ବୈଠକରେ ଦାବି ଜଣାଇବାକୁ ଏକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା । ପରେ ଓଡିଶା ବ୍ରାହ୍ମଣ ମହାସଂଘର ସମ୍ବିଧାନ ଅନୁଯାଇ ରାଜ୍ୟ ସ୍ତରୀୟ କର୍ମକର୍ତାଙ୍କ କାର୍ଯ୍ୟକାଳ ସରିଯାଇଥିବା ଯୋଗୁଁ ନୂତନ କର୍ମକର୍ତା ଚୟନ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna


ରାଜ୍ୟ ସଭାପତି ଭାବେ ଡା . ସଦାନନ୍ଦ ଦୀକ୍ଷିତ, ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ରାୟଗଡାର କିଶୋର ଚନ୍ଦ୍ର ପଣ୍ଡା, ଉପସଭାପତି ଭାବେ ସୁବାଷ ଚନ୍ଦ୍ର ଶତପଥୀ, ଶରତ କୁମାର ମହାପାତ୍ର, ରଞ୍ଜନ କୁମାର ରଥ, ଅଗ୍ନିହୋତ୍ରୀ ରାଜେନ୍ଦ୍ର ନାରାୟଣ ତ୍ରିପାଠୀ, ରବୀନ୍ଦ୍ର ନାଥ ଶର୍ମା, ବାଣେଶ୍ଵର ଦାଶ, ସାଧାରଣ ସମ୍ପାଦକ ଭାବେ ଇଂ. ଜଗନ୍ନାଥ ପାଢୀ, କାର୍ଯ୍ୟକାରି ସମ୍ପାଦକ ଭାବେ ରାମପ୍ରସାଦ ଦାଶ , ଯୁଗ୍ମସମ୍ପାଦକ ଭାବେ ଗୋପବନ୍ଧୁ ମିଶ୍ର, ନବକୃଷ୍ଣ ରଥ, ନିରଞ୍ଜନ ତ୍ରିପାଠୀ, କ୍ଷେତ୍ରୀୟ ସମ୍ପାଦକ ଭାବେ ବିଭୁତି ଭୂଷଣ କର, ସନ୍ତୋଷ କୁମାର ବ୍ରହ୍ମା, ସୁରେଷ କୁମାର ତ୍ରିପାଠୀ, ଦ୍ଵାରିକାନାଥ ଶତପଥୀ, କିଶୋର ଚନ୍ଦ୍ର ମିଶ୍ର ଏବଂ କୋଷାଧ୍ୟକ୍ଷ ଭାବେ ରମେଶ ଚନ୍ଦ୍ର ମହାପାତ୍ର ମନୋନୀତ ହୋଇଥିଲେ।

Udyog Nursery
Udyogi Nursery

ଶେଷରେ ବ୍ରାହ୍ମଣ ସମାଜର ସଂଗଠନ କ୍ଷେତ୍ରରେ ଆଜୀବନ ଉଛର୍ଗ ପାଇଁ ପ୍ରଫେସର ଡାକ୍ତର ବିଷ୍ଣୁଚରଣ ମିଶ୍ରଙ୍କୁ ଆଜୀବନ ବ୍ରାହ୍ମଣ ହିତ୍ୟେସୀ ସମ୍ମାନ, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ରଙ୍କୁ ବିଦ୍ଵାନ ବ୍ରାହ୍ମଣ ସମ୍ମାନ ଏବଂ ଶକ୍ତି ବାହିନୀ ପକ୍ଷରୁ ରଞ୍ଜନ କୁମାର ରଥଙ୍କୁ ଯୁବ ସଂଗଠକ ଭବାରେ ସମ୍ମାନିତ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଚିତ୍ରାନନ୍ଦ ମିଶ୍ର ଏବଂ ପ୍ରୋମଦ କୁମାର ମିଶ୍ର ପରିଚାଳନା କରିଥିବାବେଳେ କଟକ ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.